ପ୍ରସ୍ତୁତି ଶେଷ : ଆସନ୍ତାକାଲି ରାଷ୍ଟ୍ରପତିଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

0 20

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୧୦ଟା ୧୫ମିନିଟ୍‌ରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ,ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରିଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସାଂସଦଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବରେ ଉପସ୍ଥିତ ରହିବେ । ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ଏକ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ରୀୟ କକ୍ଷରେ ପହଞ୍ଚିବେ । ନବନିର୍ବାଚିତ ରାଷ୍ଟ୍ରପତି ଭାରତର ପ୍ରଧାନବିଚାରପତିଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ନେବେ ଏବଂ ପରେ ତାଙ୍କୁ ୨୧ଟି ତୋପ ସଲାମି ଦିଆଯିବ । ତା’ପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ । କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଯିବେ । ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ ।

hiranchal ad1
Leave A Reply

Your email address will not be published.

19 − fourteen =