ଏହି ତାରିଖରେ ନିର୍ବନ୍ଧ କରିବେ ଆଲିଆ-ରଣବୀର !

0 71

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଦିନକୁଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ସତ ନା ଗୁଜବ ତାହା ମଧ୍ୟ କେହି ସଠିକ୍‌ ଭାବରେ କହିପାରୁନାହାନ୍ତି । ତେବେ ଏନେଇ ନା ଆଲିଆ ନା ରଣବୀର କେବେ ବି ମୁହଁ ଖୋଲିନାହାନ୍ତି । ଦୀର୍ଘ ଦିନ ଧରି ଗଣମାଧ୍ୟମରେ ଖବର ଆସୁଛି ଯେ, ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଆଲିଆ ଭଟ୍ଟଙ୍କ ଅନେକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ସେ ରଣବୀର କପୁରଙ୍କୁ ଡେଟ କରୁଛନ୍ତି ଏବଂ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।
ଏସବୁ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବାହାଘର ବିଷୟରେ ଏବେ ବଡ ଖବର ଆସିଛି । ନିକଟରେ ଇଂରାଜୀ ୱେବସାଇଟ୍‌ ଟାଇମ୍ସ ଅଫ୍‌ ଇଣ୍ଡିଆ ଦାବି କରିଛି ଯେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି, କିନ୍ତୁ ବର୍ତ୍ତମାନ ବଲିଉଡ ଲାଇଫ ୱେବସାଇଟର ଖବର ଅନୁଯାୟୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଚଳିତ ବର୍ଷ ନିର୍ବନ୍ଧ କରିବାକୁ ଯାଉଛନ୍ତି ।
ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ କପୁର ପରିବାରର ନିକଟ ସୂତ୍ରରୁ ପ୍ରକାଶ ଯେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଚଳିତ ବର୍ଷ ନଭେମ୍ବର ୨୯ ରେ ନିର୍ବନ୍ଧ ହେବ । ଏହି ଦୁଇଜଣଙ୍କର ନିର୍ବନ୍ଧ ଉତ୍ସବ ରାଜସ୍ଥାନର ଏକ ରିସୋର୍ଟରେ କରାଯିବ । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ରାଜସ୍ଥାନରେ ବୁଲୁଥିବାର ନଜର ଆସିଥିଲେ । ସେତେବେଳେ ମଧ୍ୟ ଏହି ଦୁଇଜଣଙ୍କ ବିବାହକୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five × five =