ଭୁବନେଶ୍ବର, କଟକ ପରେ ଏବେ ପୁରୀରେ ମାତିଛନ୍ତି ଗ୍ୟାଙ୍ଗ୍‌

0 98

ପୁରୀ : ଭୁବନେଶ୍ୱର, କଟକ ପରେ ଏବେ ପୁରୀ ରେ ମାତିଛନ୍ତି ଅମାନିଆ । ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆ କିଛି ଉଦଭ୍ରାନ୍ତ ଯୁବକ ଭିଡିଓ ପୋଷ୍ଟ କରିଥିବା ନଜରକୁ ଆସିଚି । କମ୍‌ ବୟସର ଯୁବକମାନେ ଏବେ ଠାରୁ ଅପରାଧ ଦୁନିଆରେ ପାଦ ଦେବା ସହ ନିଜ ପତିଆରା ଜାହିର କରିବା ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରୁଛନ୍ତି । ଅମାନିଆ ଯୁବକଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୁରୀ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ପୁରୀ ପୋଲିସ ଏହି ଭିଡିଓର ସତ୍ୟାସତ୍ୟ ଜାଣିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣରେ ଦାବି ଉଠିଛି । ସେପଟେ ପୁରୀ ଏସପି କେ ବିଶାଳ ସିଂ କହିଛନ୍ତି ଘଟଣାର ତଦନ୍ତ ଚାଲିଛ଼ି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ପୁରୀରେ କୌଣସି ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନି । ଦୃଢ଼ ହସ୍ତରେ ଅପରାଧିଙ୍କୁ ଦମନ କରାଯିବ । ତେବେ ଯୁବ ପିଢି ଖରାପ ବାଟକୁ ନଯାଇ ନିଜର କ୍ୟାରିଅର ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପୁରୀ ଏସପି ଅପିଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + seven =