କ୍ୟାନ୍ସର ପୀଡ଼ିତ ରେଖାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ

0 82

ଦାରିଙ୍ଗବାଡି:ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ କରିଥିବା ଯୋଜନା ତୃଣମୂଳ ସ୍ତରରେ ସଫଳ ରୂପାୟନ ହୋଇପାରୁନି । ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଜିଲ୍ଲାକୁ ଜିଲ୍ଲା ବୁଲି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ସୁଦ୍ଧା ଅର୍ଥ ଅଭାବରୁ ଚିକିତ୍ସା କରିନପାରି ଘରେ ପଡି ରହିଛନ୍ତି ଜଣେ କ୍ୟାନ୍ସର ପୀଡ଼ିତ । ଏହିଭଳି ଏକ ଘଟଣା ଆସିଛି ଦାରିଙ୍ଗବାଡି ବ୍ଲକ କିରୀକୁଟି ପଞ୍ଚାୟତ ସୁନାପାଙ୍ଗା ଗ୍ରାମରୁ । ସୁନାପାଙ୍ଗା ଗ୍ରାମର ଟୁନା ନାୟକଙ୍କ ସ୍ତ୍ରୀ ରେଖା ନାୟକ (୩୮) । ରେଖାଙ୍କର ପିଠିରେ ହୋଇଥିବା ଘା’ଟି କ୍ୟାନ୍ସରରେ ପରିଣତ ହୋଇଥିବା ବେଳେ ଶଯ୍ୟାଶାୟୀ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି । ଟୁନାଙ୍କ ସହିତ ଦୁଇ ପୁଅ,ଦୁଇ ଝିଅ ଅଛନ୍ତି । ବୃତ୍ତିରେ ଟୁନା ଜଣେ ଚାଷୀ । ଚାଷ କାମ କରି ପରିବାର ଭରଣ ପୋଷଣ କରିଆସୁଛନ୍ତି । ତେବେ ବର୍ଷ ତଳେ ରେଖାଙ୍କ ପିଠିରେ ଦୁର୍ଭାଗ୍ୟବଶତଃ ନିଆଁ ଲାଗି ଯାଇ ପିଠିରେ ଘା’ ହୋଇଥିଲା । ପୋଡିଯାଇଥିବା ଜାଗାରେ ଘା’ ହେବାରୁ ଟୁନା ସ୍ତ୍ରୀ ରେଖାଙ୍କୁ ପ୍ରଥମେ ଦାରିଙ୍ଗବାଡି ଗେ।।ଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ସେଠାରେ ଚିକିତ୍ସା ହୋଇ ନପାରିବାରୁ ସେଠାରୁ ବାଲିଗୁଡା ପଠାଇ ଦିଆଯାଇଥିଲା । ଏହାପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ ହେଲେ ସେଠାରୁ ତାଙ୍କୁ ଫୁଲବାଣୀ ରେଫର କରାଯାଇଥିଲା ଏହିପରି ସେ ଫୁଲବାଣୀରୁ ବ୍ରହ୍ମପୁର ଯାଏଁ କେବଳ ରେଫର ହିଁ କରାଯାଇଥିଲା । ଇତି ମଧ୍ୟରେ ଘା’ଟି ବଡ ହୋଇ କ୍ୟାନ୍ସର ହୋଇ ଯାଇଥିଲା । ତେବେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଲକଡାଉନ ଯୋଗୁଁ ରେଖାଙ୍କର ଅପରେସନ କରାଯାଇନଥିଲା । ଲକଡାଉନ ଖୋଲିଲେ ଅପରେସନ ହେବ ବୋଲି ଟୁନାଙ୍କୁ ଡାକ୍ତରଖାନା ତରଫରୁ କୁହାଯାଇଥିଲା । ଏହାପରେ ଲକଡାଉନ ଖୋଲିବା ପରେ ଟୁନା ପୁଣି ଅପରେସନ ପାଇଁ ବ୍ରହ୍ମପୁର ଯାଇଥିଲେ ମଧ୍ୟ ପୁନର୍ବାର ଅପରେସନ ବନ୍ଦ ଅଛି ଆରମ୍ଭ ହେଲେ ଆସିବ ବୋଲି ଡାକ୍ତର କହିଥିଲେ । ଏହାପରେ ପୁଣି ଟୁନା ଡାକ୍ତରଙ୍କୁ ଫୋନ କରି ବ୍ରହ୍ମପୁର ବଡ ଡକ୍ତରଖାନାକୁ ଯାଇଥିଲେ ତଥାପି ରେଖାଙ୍କର ଅପରେସନ ହୋଇପାରିଲାନାହିଁ । ଏହିଭଳି ଭାବେ ସ୍ତ୍ରୀ ର ଚିକିତ୍ସା ପାଇଁ ବାରମ୍ବାର ବିଭିନ୍ନ ଡାକ୍ତରଖାନାକୁ ଧାଇଁ ଧାଇଁ ପାଖରେ ଥିବା ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇଯାଇଛି । ସ୍ତ୍ରୀ ରେଖା ବର୍ତ୍ତମାନ ଶଯ୍ୟାଶାୟୀ ହୋଇଥିବା ଯୋଗୁଁ ଟୁନା ତାଙ୍କୁ ଛାଡ଼ି କାମ ଧନ୍ଦାକୁ ଯାଇ ପାରୁନାହାନ୍ତି । ବର୍ତ୍ତମାନ ରେଖାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅପରେସନ ପାଇଁ ଓ ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇ ଦେବା ସ୍ୱାମୀ ଟୁନାଙ୍କ ପୁଅ ବାଦଲ ନାୟକ ଝିଅ ଜିନା ନାୟକଙ୍କ ସମେତ ଗ୍ରାମବାସୀମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + 14 =