ଆଲିଆ ଭଟ୍ଟ ଗର୍ଭବତୀ ! ହସ୍ପିଟାଲରୁ ସେୟାର କଲେ ଫଟୋ

0 85

ଆଲିଆ ଭଟ୍ଟ ଗର୍ଭବତୀ ଅଛନ୍ତି ! ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଛବି ପୋଷ୍ଟ କରି ଏହି ଖବର ଦେଇଛନ୍ତି । ଉଭୟ ରଣବୀର ଓ ଆଲିଆ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ଆମ ବେବି ଖୁବ ଶୀଘ୍ର ଆସୁଛି । ଆଲିଆ ହସ୍ପିଟାଲ ବେଡରେ ଖୁସି ଥିବାର ଦେଖାଯାଉଛି । ରଣବୀର କପୁର ମଧ୍ୟ ପାଖରେ ବସିଛନ୍ତି । ଏହି ପୋଷ୍ଟରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋନି ରଜଦାନ, ମୁନି ରୟଙ୍କ ସମେତ ଅନେକ ବଲିଉଡ ଷ୍ଟାର ମଧ୍ୟ ତାଙ୍କକ ଏହି ଫଟୋରେ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଲିଆ ଏବଂ ରଣବୀର ଏହି ବର୍ଷ ଏପ୍ରିଲ ୧୪ ରେ ବିବାହ କରିଥିଲେ । ଆଲିଆ ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଏହାକୁ ବିଶ୍ୱାସ କରିପାରୁନାହାନ୍ତି । ସେମାନେ କହିଛନ୍ତି ଉଭୟଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ସହିତ ଜଡିତ ଏକ ଅପଡେଟ୍‌ ମଧ୍ୟ ହୋଇପାରେ ।
ଆଲିଆଙ୍କ ପୋଷ୍ଟ ସହିତ ରଣବୀରଙ୍କ ଭଉଣୀ ରିଦ୍ଧିମା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୋର ଭାଉଜର ବେବି ହେବାକୁ ଯାଉଛି । ଏହି ପୋଷ୍ଟରେ ନୀତୁ କପୁର ମଧ୍ୟ କମେଣ୍ଟ ଦେଇଛନ୍ତି । ଆମେ ଏହାକୁ ଅପେକ୍ଷା କରିଛୁ ବୋଲି ସେ ଲେଖିଛନ୍ତି । ସୂଚନାଯୋଗ୍ୟ ଚଳିତ ବର୍ଷ ବଲିଉଡରୁ ବହୁ ଭଲ ଖବର ସାମ୍ନାକୁ ଆସିଛି । ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଏକ ଝିଅ ଜନ୍ମ ହେବାର ଏକ ଖୁସି ଖବର ଦେଇଥିଲେ । ଖବର ଅନୁଯାୟୀ ସୋନମ କପୁର ଗର୍ଭବତୀ ଅଛନ୍ତି, ଅଗଷ୍ଟ ଶେଷ ସୁଦ୍ଧା ଏକ ଛୋଟ ଅତିଥି ତାଙ୍କ ଘରକୁ ଆସିବେ ।

hiranchal ad1
Leave A Reply

Your email address will not be published.

13 + thirteen =