ବୌଦ୍ଧ: ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ତରଫରୁ ଯୋଗ ଶିବିର ଅନୁଷ୍ଠିତ

0 158

ବୌଦ୍ଧ,୨୭/୬:- ଦିବ୍ୟ ଜୀବନ ସଂଘ ବୌଦ୍ଧଶାଖା ଓ ଯୋଗ ବୁଦ୍ଧମର ମିଳିତ ଆନୁକୂଲ୍ୟରେ ଗତ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସରୁ ଆରମ୍ଭ ହୋଇଥିବା ଯୋଗ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ୭ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଯୋଗ ଶିବିରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ ।

hiring

ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଓ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଯୋଗଦେଇଥିଲେ । ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ବିକାଶ ମାହାର ଓ ସହ ପ୍ରଶିକ୍ଷକ ଭାବେ ସୁଶ୍ରୀ ଅନିମା ପଟ୍ଟନାୟକ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନକରି ଉତ୍ସାହିତ କରିଥିଲେ । ଶିବିର ପରିଚାଳନାରେ ମନରଂଜନ ମହାପାତ୍ର, ସୁବାସ ଭୋଇ, ଯୋଗ ବୁଦ୍ଧମର ସଦସ୍ୟ ତରଣୀ ରଞ୍ଜନ ପଟ୍ଟନାୟକ ସହଯୋଗ କରିଥିଲେ । ଏହି ଯୋଗ ଶିବିରରେ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସର୍ବୋକ୍ରୃଷ୍ଟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

seventeen − 4 =