ଦଶପଲ୍ଲାରେ ଉଦଘାଟିତ ହେଲା ରୋଟାରୀ କ୍ଲବ୍‌

0 161

ଦଶପଲ୍ଲା : ଗତକାଲି ସଂଧ୍ୟାରେ ଦଶପଲ୍ଲା ସ୍ଥିତ ଗୋବିନ୍ଦ ଭବନଠାରେ ବିଧିବଦ୍ଧ ଭାବେ ରୋଟାରୀ କ୍ଲବର ଉଦଘାଟନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଜିଲ୍ଲାରୁ ରୋଟାରୀ ବନ୍ଧୁ ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହ ନୂତନ କ୍ଲବର ଆଡଭାଇଜର ଧୂରେନ୍ଦ୍ର କୁମାର ପଟ୍ଟନାୟକ, ଚାଟାର୍ଡ ସଭାପତି ବିଜୟ କୁମାର ଅଗ୍ରୱାଲା ଏବଂ ଚାଟାର୍ଡ ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ସମେତ ବହୁ ମାତ୍ରାରେ ରୋଟାରୀ ବନ୍ଧୁମାନେ ଉପସ୍ଥିତ ରହି ଦଶପଲ୍ଲାରେ ଥିବା ଅସହାୟ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ଏବଂ ଦଶପଲ୍ଲା ଅଞ୍ଚଳକୁ ପ୍ରତ୍ୟେକଟି କ୍ଷେତ୍ରରେ ମାନ ବୃଦ୍ଧି କରି ସରସ ସୁନ୍ଦର କରିବା ରୋଟାରୀ କ୍ଲବର ମୁଖ୍ୟ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

17 − three =