ଅମିତାଭ କହିଲେ, ମୁଁ ମାଛ ଖାଇବା ଛାଡି ଦେଇଛି, ଜୟାଙ୍କ ବହୁତ ପସନ୍ଦ…

0 88

ବିଗ୍‌ ବି ଅମିତାଭ ବଚ୍ଚନ କନ୍‌ ବନେଗା କୋରଡପତି ସୋରେ ଉପସ୍ଥାପନ ଜାରି ରଖିଛନ୍ତି । ନିକଟରେ ଏକ ଏପିସୋଡରେ ବିଗ୍‌ ବି ନିଜେ ଛାଡିଥିବା ଖାଦ୍ୟ ସାମଗ୍ରୀ ଉପରେ କହିଛନ୍ତି । ପ୍ରତିଯୋଗୀ ବିଦ୍ୟା ଉଦୟ ରେଡକରଙ୍କ ସହ ବାର୍ତ୍ତାଳାପ ସମୟରେ ଅମିତାଭ ବଚ୍ଚନ କହିଛନ୍ତି ଯେ ତାଙ୍କ ପତ୍ନୀ ଜୟା ବଚ୍ଚନ ମାଛକୁ ଭଲ ପାଆନ୍ତି କିନ୍ତୁ ସେ ବର୍ତ୍ତମାନ ମାଂସ ଓ ମାଛ ଖାଇବା ଛାଡି ଦେଇଛନ୍ତି ।
କେବିସିରେ ଅମିତାଭ ବଚ୍ଚନ ବିଦ୍ୟାଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ବିଷୟରେ ପଚାରିଥିଲେ । ସେ କହିଥିଲେ ଯେ ସେ ଜଣେ ଶାକାହାରୀ ନୁହଁନ୍ତି ଏବଂ ସେ ମାଛ ଖାଇବାକୁ ଭଲ ପାଆନ୍ତି । ବିଦ୍ୟା ଅମିତାଭ ବଚ୍ଚନଙ୍କୁ ପଚାରିଥିଲେ, ଜୟଜୀଙ୍କ ମଧ୍ୟ ମାଛ ପସନ୍ଦ କି ? ଏହାର ଉତ୍ତରରେ ବିଗ୍‌ ବି କହିଥିଲେ ହଁ ଜୟାଙ୍କୁ ଏହା ବହୁତ ପସନ୍ଦ । ବିଦ୍ୟା ଅମିତାଭଙ୍କୁ ପଚାରିଥିଲେ, ତାଙ୍କୁ ମଧ୍ୟ ମାଛ ପସନ୍ଦ କି? ଅମିତାଭ ବଚ୍ଚନ ଏହା ଉପରେ କହିଛନ୍ତି, ମୁଁ ଏବେ ବହୁ କିଛି ଖାଦ୍ୟ ଛାଡି ଦେଇଛି । ସେ କହିଥିଲେ ଆପଣ ଯୁବବସ୍ଥାରେ ସବୁ ଖାଇବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଏହି ବୟସରେ ନୁହେଁ । ସେ କହିଛନ୍ତି ମୁଁ ମାଛ ମାସ ମାଂସ ଖାଇବା ଛାଡି ଦେଇଛି, ପାନ ଛାଡିଛ, ମିଠା ଛାଡିଛି, ଭାତ ଛାଡିଛି, ଆଉ କହିହେବନି ।
ପ୍ରତିଯୋଗୀ ବିଦ୍ୟା ଅମିତାଭ ବଚ୍ଚନଙ୍କୁ କହିଥିଲେ, ଲୋକମାନେ ଟଙ୍କା ରୋଜଗାର କରିବାକୁ ଏଠାକୁ ଆସନ୍ତି, ମୁଁ ଆପଣଙ୍କୁ ଭେଟିବାକୁ ଆସିଛି । ବିଗ୍‌ ବି ଏହା ଉପରେ କହିଥିଲେ ଆମେ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ସାକ୍ଷାତ କରିପାରିଥାନ୍ତେ । ବିଦ୍ୟା କହିଛନ୍ତି ଆଜି ମୋର ୨୨ ବର୍ଷର ତପସ୍ୟା ସଫଳ ହୋଇଛି । ବିଦ୍ୟା ଏକ ବୀମା ଏଜେଣ୍ଟ ଏବଂ ପାର୍ଟ ଟାଇମ୍‌ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରନ୍ତି । ସେ ଏହି ସୋରେ ୧,୬୦,୦୦୦ ରେ ପହଞ୍ଚିଥିଲେ । ଏହା ପରେ ସେ ଗୋଟିଏ ପ୍ରଶ୍ନରେ ଅଟକି ଯାଇଥିଲେ । ଏହା ପରେ ସେ ୮୦,୦୦୦ ଟଙ୍କା ନେଇ ଘରକୁ ଯାଇଥିଲେ ।

hiranchal ad1
Leave A Reply

Your email address will not be published.

twenty − seventeen =