ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ,ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ

0 61

ନୂଆଦିଲ୍ଳୀ: ବାଜିଲା ଗୁଜରାଟ ବିଗୁଲ । ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି ।  ଡିସେମ୍ବର ୧ ଓ ୫ ତାରିଖରେ ଗୁଜରାଟ ଭୋଟ ଗ୍ରହଣ କରାଯିବ ।  ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି କରାଯିବ ।  ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।  ଗୁଜରାଟ ବିଧାନସଭାର ମୋଟ ୧୮୨ ଆସନ ପାଇଁ ନିର୍ବାଚନ ହେବ ।  ୩୩ଟି ଜିଲ୍ଲାର ମୋଟ ୪ କୋଟି ୯୦ ଲକ୍ଷ ଭୋଟର ଭୋଟ ଦେବେ । 

hiring

ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ମଧ୍ୟରେ ନାମାଙ୍କନପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।  ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ମଧ୍ୟରେ  ନାମାଙ୍କନପତ୍ର ଦାଖଲ କରାଯିବ ବୋଲି  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

4 × one =