ରିଲିଜ୍ ଅପେକ୍ଷାରେ ସଲମାନଙ୍କ ଫିଲ୍ମ

0 109

ମୁମ୍ବାଇ: ଲକଡାଉନ ସତ୍ତ୍ୱେ କେତେକ ନିର୍ମାତା ତଥା ଅଭିନେତା ସେମାନଙ୍କ ନୂଆ ସିନେମାର ରିଲିଜ୍ ନେଇ ଉଦ୍ୟମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସଲମାନ ଖାନ୍ ଅନ୍ୟତମ । ସଲମାନ ଏବେ ତାଙ୍କର ଫାର୍ମରେ ରହି ଲକଡାଉନ ସମୟ ବିତାଉଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଜାରି ରହିଥିଲେ ମଧ୍ୟ ସିନେମା କାମ ବନ୍ଦ ରହିବ ନାହିଁ । ମୋର ୬ଟି ଫିଲ୍ମର ସବୁ କାମ ପ୍ରାୟ ଶେଷ ପର୍ଯ୍ୟାୟରେ । ଲକଡାଉନ ଅବଧି ଶେଷ ହେବା ବେଳକୁ ସେଗୁଡିକର ବାକି କାମ ସରିଯାଇଥିବ । କାରଣ ସେଗୁଡିକର କେବଳ ଇନଡୋର ସୁଟିଂ ବାକି ଅଛି । ତେଣୁ ଲକଡାଉନ ପରେ ଏହି ସିନେମାଗୁଡିକ ରିଲିଜ ହେବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି । ଏହି ସିନେମାଗୁଡିକ ମଧ୍ୟରେ କିକ୍‌-୨, ଟାଇଗର ସିକୁଏଲ, କଭି ଇଦ୍ କଭି ଦିୱାଲି ଇତ୍ୟାଦି ଅନ୍ତର୍ଭୁକ୍ତ ।

hiranchal ad1
Leave A Reply

Your email address will not be published.

eleven + eighteen =