ଲକଡାଉନରେ ଗୁଡି ଉଡାଉଛି ମାଙ୍କଡ,ଦେଖନ୍ତୁ ଭିଡିଓ

0 134

ନୂଆଦିଲ୍ଲୀ: ଲକଡାଉନରେ ଏବେ ଲୋକେ ନିଜନିଜ ଘର ଭିତରେ ଆବୋଧ ହୋଇ ରହିଥିବା ବେଳେ ମାଙ୍କଡମାନେ କିନ୍ତୁ ବେଶ ମଜା ଉଠାଉଛନ୍ତି । ରାସ୍ତା ଓ ପଡିଆ ଶୂନଶାନ ଥିବାରୁ ସେମାନେ ନିର୍ଭିଘ୍ନରେ ବୁଲାଚଲା କରୁଛନ୍ତି । କେବଳ ସେତିକି ନୁହେଁ, ଲୋକମାନଙ୍କ ଘର ଛାତ ଉପରେ ମଧ୍ୟ ସେମାନେ ମସ୍ତି କରୁଛନ୍ତି । ସବୁଠୁ କୌତୁହଳର ବିଷୟ ହେଉଛି ଯେ, କେତେକ ମାଙ୍କଡ ଗୁଡି ଉଡାଉଥିବା ଦେଖିବାକୁ ମିଳିଛି ।

hiring

ଛାତରେ ଥିବା ପାଣି ଟାଙ୍କି ଉପରେ ବସି ଗୋଟିଏ ମାଙ୍କଡ ଗୁଡି ଉଡାଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ଏହି ଭିଡିଓକୁ ଅନେକ ଲୋକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜଣେ ବନ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି । ମାଙ୍କଡଟି ଗୁଡି ଉଡାଉଥିବା ବେଳେ ଆକାଶରେ ଆହୁରି ଅନେକ ଗୁଡି ଦେଖିବାକୁ ମିଳିଥିଲା । ସେଗୁଡିକୁ ଦେଖି ମାଙ୍କଡଟି ତା\’ର ଗୁଡିକୁ ଟାଣି ଆଣୁଛି ଏବଂ ଶେଷରେ ଚିରି ଦେଉଥିବାର ଦୃଶ୍ୟ ଏଥିରେ ରହିଛି । ଯାହାକୁ ବହୁ ଲୋକ ଉପଭୋଗ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

six + 8 =