ଶ୍ରୀଲଙ୍କାରେ ହୋଇପାରେ ଆଇପିଏଲ

0 107

ମୁମ୍ବାଇ: ଭାରତରେ ଏବର୍ଷର ଆଇପିଏଲ ଟୁର୍ନାମେଣ୍ଟ ସ୍ଥଗିତ ରହିଛି । ଟୁର୍ନାମେଣ୍ଟ କେବେ ହେବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏଭଳି ସ୍ଥିତିରେ ଶ୍ରୀଲଙ୍କା ତା\’ନିଜ ଦେଶରେ ଆଇପିଏଲ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଭାପତି ସମ୍ମି ସିଲଭା କହିଛନ୍ତି ଯେ, କରୋନା ସଂକ୍ରମଣ ରୋକିବା ପାଇଁ ଭାରତରେ ବର୍ତ୍ତମାନ ଲକଡାଉନ କଟକଣା ଲାଗୁ କରାଯାଇଛି । ଏହି କାରଣରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି । ତେଣୁ ଆମେ ଭାବୁଛୁ ଯେ, ଶ୍ରୀଲଙ୍କାରେ ଆଇପିଏଲ ଆୟୋଜନ କରାଗଲେ କିଛି ଅସୁବିଧା ହେବ ନାହିଁ । ଆୟୋଜନ ପାଇଁ ଆମେ ପ୍ରସ୍ତୁତ । କେବଳ ବିସିସିଆଇର ଅନୁମତି ଆବଶ୍ୟକ । ଶ୍ରୀଲଙ୍କାରେ କରୋନା ପରିସ୍ଥିତି ଅନ୍ୟ ଦେଶଗୁଡିକ ଭଳି ସେତେଟା ଗୁରୁତର ନୁହେଁ । ତେଣୁ ଏବର୍ଷ ଦ୍ୱିତୀୟ ଭାଗରେ ଶ୍ରୀଲଙ୍କାରେ ଆଇପିଏଲ ଆୟୋଜନ କରିହେବ ବୋଲି ସେ କହିଛନ୍ତି । ବିସିସିଆଇ କହିଛି ବର୍ତ୍ତମାନର ପରିସ୍ଥିତିରେ ଶ୍ରୀଲଙ୍କାରେ ଆଇପିଏଲ ଆୟୋଜନ କରାଯିବା ନେଇ ବିଚାର କରିବାର କୌଣସି ଜରୁରୀ ଆବଶ୍ୟକତା ନାହିଁ । କାରଣ ସାରା ବିଶ୍ୱରେ କରୋନା ସଂକ୍ରମଣ ସ୍ଥିତି ଭୟଙ୍କର ହୋଇଥିବାରୁ ବିମାନସେବା ସଂପୂର୍ଣ୍ଣ ବନ୍ଦ ରହିଛି । ତେଣୁ ଶ୍ରୀଲଙ୍କାର ପ୍ରସ୍ତାବ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିସିସିଆଇ କହିଛି ।

hiranchal ad1
Leave A Reply

Your email address will not be published.

1 + 16 =