ଦାୟିତ୍ୱରେ ଅବହେଳା : ୨ ଏଏସ୍‌ଆଇ ନିଲମ୍ବିତ

0 1,551

ବୌଦ୍ଧ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗର ଦୁଇଜଣ ଆସିଷ୍ଟାଣ୍ଟ ସବ୍‌ଇନିସପେକ୍ଟରଙ୍କୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଲମ୍ବନ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଅବକାରୀ ଆସିଷ୍ଟାଣ୍ଟ ସବଇନିସପେକ୍ଟର କିଶୋର ଚନ୍ଦ୍ର ନାଏକଙ୍କୁ ମନମୁଣ୍ଡା ଥାନାରେ ଓ ବ୍ରହ୍ମାନନ୍ଦ ଭୋଇଙ୍କୁ ହରଭଙ୍ଗା ଥାନାରେ ଲକଡାଉନ ସମୟରେ କାର୍ଯ୍ୟ କରିବା ପାଇଁ ଆଦେଶ ଦିଆଯାଇଥିଲା । ସେମାନେ ନିଜ ଦାୟିତ୍ୱ ତୁଲାଇବାରେ ଅବହେଳା କରିଥିବାରୁ ଉଭୟଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିଲେ । ଉଭୟଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

seventeen − two =