କଙ୍ଗନାଙ୍କ ସଂଘର୍ଷ କାହାଣୀ, ପାଉଁରୁଟି ଓ ଆଚାର ଖାଇ କରୁଥିଲେ କାମ

0 109

ନୂଆ ଦିଲ୍ଲୀ: ବଲିଉଡ୍‌ର ପଙ୍ଗା ଗାର୍ଲଭାବେ ପରିଚିତ କଙ୍ଗନା ରାଣାୱତଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। କଙ୍ଗନାଙ୍କ ବ୍ୟତୀତ ଗାୟକ ଅଦନାନ ସାମୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ମହାମହୀମ ରାଷ୍ଟ୍ରପତି ରାମନାଥ କୋଭିନ୍ଧ କଙ୍ଗନା ରାଣାୱତଙ୍କୁ ପ୍ରସସ୍ତୀ ପତ୍ର ଓ ପଦ୍ମଶ୍ରୀ ସମ୍ମାନ ଦେଇ ସମ୍ମାନୀତ କରିଛନ୍ତି। ସମ୍ମାନ ଗ୍ରହଣ ସମୟରେ କଙ୍ଗନା ଏକ ସିଲ୍କ ଶାଢୀ ସହିତ କାନରେ ବଡ ବଡ କାନର ପିନ୍ଧିଥିଲେ ଓ ଚୁଟିକୁ ପଛପଟେ ଖୋସା କରି ବାନ୍ଧିଥିଲେ। ଏହି ବେଶରେ ସେ ଖାଣ୍ଟି ଭାରତୀୟ ଭଳି ଚମକୁଥିଲେ।

ସମ୍ମାନ ଗ୍ରହଣ ସମୟରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ସମସ୍ତଙ୍କୁ କଙ୍ଗନା ଅଭିବାଦନ ଜଣେଇଥିଲେ। କଙ୍ଗନାଙ୍କ ଏହି ସମ୍ମାନ ତାଙ୍କ ଭଉଣୀଙ୍କୁ ମଧ୍ୟ ବହୁତ ଆନନ୍ଦ ଦେଇଛି। ସେ ଏହି ଉତ୍ସବରେ ଉପସ୍ଥିତ ଥିବା ବେଳେ କଙ୍ଗନାଙ୍କୁ ସମ୍ମାନୀତ କରାଯିବା ବେଳେ ସେ ଖୁସିରେ ତାଳି ମାରିଥିଲେ।ପଦ୍ମଶ୍ରୀ ସମ୍ମାନକୁ ନେଇ କଙ୍ଗନା କହିଛନ୍ତି ଯେ “ମୁ ବହୁତ ଖୁସୀ ଓ ମୁଁ ବହୁତ ସମ୍ମାନୀତ ଅନୁଭବ କରୁଛି। ଏହି ସମ୍ମାନ ନେଇ ମୁଁ ମୋ ଦେଶକୁ ଧନ୍ୟବାଦ ଦେଉଛି ଏବଂ ଏହି ସମ୍ମାନକୁ ମୁଁ ସେହି ସବୁ ମହିଳାଙ୍କୁ ସମର୍ପିତ କରୁଛି ଯେଉଁମାନେ ସ୍ୱପ୍ନ ଦେଖୁଛନ୍ତି ଓ ସାହସ ବାନ୍ଧିଛନ୍ତି। ସବୁ ଝିଅ, ସବୁ ମା ଓ ସେହି ମହିଳାଙ୍କ ସ୍ୱପ୍ନ ପାଇଁ ଯିଏ ଆମ ଦେଶର ଭବିଷ୍ୟତକୁ ଆକାର ଦେବେ।”

ପଦ୍ମଶ୍ରୀ ସମ୍ମାନର ଖୁସୀକୁ ସେ ତାଙ୍କ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଖାଲି ପଦ୍ମଶ୍ରୀ ସମ୍ମାନ ନୁହେଁ ତାଙ୍କୁ ଆଜି ଆଉ ଏକ ଖୁସୀ ମଧ୍ୟ ମିଳିଛି। ସେ ଆଜି ପ୍ରଯୋଜକ ଦୁନିଆରେ ପାଦ ରଖିଥିବା ନେଇ ମଧ୍ୟ ଖୁସୀ ବ୍ୟକ୍ତ କରିଛନ୍ତି। କଙ୍ଗନା ତାଙ୍କର ପ୍ରଥମ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’ର ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ “ଯେଉଁ ଦିନ ମୁଁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରୁଛି ସେହିଦିନ ମୁଁ ମୋର ପ୍ରଯୋଜନା କ୍ଷେତ୍ରରେ ବି ପାଦ ଦେଇଛି। ମୋ ପ୍ରଡକ୍ସନ ମଣିକର୍ଣ୍ଣିକା ଫିଲ୍ସ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ‘ଟିକୁ ୱେଡ୍ସ ଶେରୁ’ର ପ୍ରଥମ ପୋଷ୍ଟର ସର୍ବପ୍ରଥମେ ଆପଣଙ୍କ ସହ ଶେୟାର କରୁଛି। ଆଶା କରୁଛି ଏହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ଖୁବ୍ ଶୀଘ୍ର ଏହା ପ୍ରେକ୍ଷାଳୟକୁ ଆସିଯିବ।”

hiring

କଙ୍ଗନାଙ୍କ ବାସ୍ତବ ଜୀବନ ଦେଖିବା ତେବେ ଏହା ମଧ୍ୟ କୌଣସି ଏକ ଫିଲ୍ମ ଠାରୁ କମ ନୁହେଁ। ପାଠ ପଢିବା ଦିନରୁ ତାଙ୍କ ଜୀବନ ସଂଘର୍ଷର ବଳୟ ଭିତରେ ଚାଲୁଥିବା ବେଳେ ଏବେ ବି ତାଙ୍କ ଜୀବନ ଅନେକ ବାଦ ବିବାଦ ଭିତରେ ଗତି କରୁଥିବା ଦେଖାଯାଏ।କଙ୍ଗନା ରାଣାୱତଙ୍କ ଜନ୍ମ ୧୯୮୬ ମସିହା ମାର୍ଚ୍ଚ ୨୩ ତାରିଖରେ ହିମାଚଳ ପ୍ରଦେଶର ଭାଂଭଲାରେ ଏକ ରାଜପୁତ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଚଣ୍ଡିଗଡର ଡିଏଭି ସ୍କୁଲରୁ ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ଦ୍ୱାଦଶ ଶିକ୍ଷା ପରେ ସେ ଘର ଛାଡି ପଳେଇଥିଲେ। ତାଙ୍କର ଇଛା ଥିଲା ସେ ଜଣେ ମଡେଲ୍ ହେବେ ବୋଲି। ଏନେଇ ସେ ଚଣ୍ଡିଗଡରୁ ଦିଲ୍ଲୀ ପଳେଇ ଆସିଥିଲେ।କଙ୍ଗନା ରାଣାୱତଙ୍କ ମା’ ପେଶାରେ ଜଣେ ଶିକ୍ଷୟିତ୍ରୀ। ତେଣୁ ତାଙ୍କ ଘରର ପରିବେଶ ପଢା-ଲେଖାର ଥିଲା। ତାଙ୍କ ବାପା ମା’ କଙ୍ଗନାଙ୍କୁ ଜଣେ ଡାକ୍ତରଭାବେ ଦେଖିବାକୁ ଚାହୁଁଥିଲେ। କଙ୍ଗନା ତାଙ୍କ ପିତାମାତାଙ୍କ ଅନୁସାରେ ଡାକ୍ତର ହେବା ନେଇ ମଧ୍ୟ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ ଦ୍ୱାଦଶ ଶ୍ରେଣୀରେ ଏକ ମାସିକିଆ ପରୀକ୍ଷାରେ ରସାୟନ ବିଜ୍ଞାନରେ ଫେଲ୍‌ ହେଇଯିବାପରେ ସେ ଆଉ ସର୍ବଭାରତୀୟ ମେଡିକାଲ୍‌ ପରୀକ୍ଷା ପାଇଁ ପଢ଼ି ନ ଥିଲେ । ସେ ଗ୍ଲାମର ଦୁନିଆର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ।

ଘରେ କିନ୍ତୁ ତାଙ୍କୁ ପାଠ ପଢିବା ନେଇ ବାଧ୍ୟ କରିଥିଲେ ମଧ୍ୟ କଙ୍ଗନା ଗ୍ଲାମର ଦୁନିଆ ଛଡା ଆଉ କୌଣସି କ୍ଷେତ୍ରକୁ ଯିବା ନେଇ ପ୍ରସ୍ତୁତ ନ ଥିଲେ। ଏ କଥା ଜାଣିବା ପରେ ତାଙ୍କ ମା’ ମଧ୍ୟ ତାଙ୍କ ବାହାଘର କରିଦେବା ନେଇ ପ୍ରସ୍ତୁତ ହୋଇଯାଇଥିଲେ। ବିବାହର ଭୟରେ କଙ୍ଗନା ମାତ୍ର ୧୬ ବର୍ଷରେ ଘର ଛାଡି ଦିଲ୍ଲୀର ଏକ ମେଡେଲିଂ ଏଜେନ୍ସୀରେ ଯୋଗ ଦେଇଥିଲେ।ମେଡିକାଲ ପାଇଁ ପ୍ରସ୍ତୁତି ନ ହେବାରୁ ତାଙ୍କ ବାପା ମଧ୍ୟ ତାଙ୍କୁ ବିରୋଧ କରିବା ସ‌ହ ତାଙ୍କର ଏହି ଦିଗ‌ହୀନ ଭବିଷ୍ୟତକୁ ଦେଖି ଟଙ୍କା ଦେବା ବନ୍ଦ କରିଦେଲେ। ସେତେବେଳେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ସେ ଭଲ ଇଂରାଜୀ ଜାଣି ନ ଥିବାରୁ ତାଙ୍କର ଅନେକ ମଜ୍ଜା ମଧ୍ୟ ଉଡାଯାଉଥିଲା।ଦିଲ୍ଲୀରେ ରହିବା ପରେ କଙ୍ଗନା ଏଲାଇଟ୍ ମଡେଲ୍‌ ସଂସ୍ଥାରେ ଯୋଗ ଦେଇଥିଲେ ଏବଂ ସେଠାରେ ମଡେଲ ଭାବରେ କାର୍ଯ୍ୟ କରିଥିଲେ । ସେ ବିଭିନ୍ନ ମଡେଲିଂର କାମ ହାତକୁ ନେଇଥିଲେ। କିଛି ଦିନ ଏହି କ୍ଷେତ୍ରରେ ରହିବା ପରେ ଧିରେ ଧିରେ ସେ ଏସବୁକୁ ନାପସନ୍ଦ କରିଥିଲେ ଏବଂ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ।

hiranchal ad1
Leave A Reply

Your email address will not be published.

five × three =