ଆଇଟମ୍‌ ନମ୍ବର ପାଇଁ ଅଭିନେତ୍ରୀମାନେ ନିଅନ୍ତି ଏତିକି ଫିସ୍‌, ଏହି ଚୁଲବୁଲି ନାୟିକା ନିଅନ୍ତି ସବୁଠୁ ଅଧିକ

0 71

ବଲିଉଡ ଫିଲ୍ମରେ ଆଇଟମ୍‌ ନମ୍ବରର ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଫିଲ୍ମରେ ତଡକା ଲଗାଇବା ପାଇଁ ହେଉକି ଫିଲ୍ମର ପ୍ରଚାର ପ୍ରସାର ପାଇଁ ଆଇଟମ ସଙ୍ଗର ଚାହିଁଦା ଖୁବ୍‌ ବେଶୀ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କେତେକ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ ଆଇଟମ ନମ୍ବର କରିବାରେ ମାହିର ହୋଇଛନ୍ତି । ସେହିପରି ସେମାନେ ପ୍ରତି ଆଇଟମ ନମ୍ବର ପାଇଁ କେତେ ଟଙ୍କା ନେଇଥାନ୍ତି ଆସନ୍ତା ଜାଣିବା ।

ନୋରା ଫତେହି : ଏହି ତାଲିକାରେ ପ୍ରଥମ ଆମେ ନୋରା ଫତେହିଙ୍କ ବିଷୟରେ ଜାଣିବା । ହାୟ ଗରମୀ, ନାଚ ମେରୀ ରାନୀ, କୋକା କୋଲା, ଛୋଡ ଦେଙ୍ଗି ଆଦି ସୁପର ହିଟ ଆଇଟମ୍‌ ନମ୍ବର କରି ସାରିଥିବା ନୋରା ଗୋଟିଏ ମ୍ୟାଜିକ ଭିଡିଓ ପାଇଁ ୫୦ଲକ୍ଷ ଟଙ୍କା ଫିସ୍‌ ନେଇଥାନ୍ତି । ଖବର ମୁତାବକ ଏବେ ସେ ତାଙ୍କର ପାଉଣା ବୃଦ୍ଧି କରିଛନ୍ତି ।

ଜ୍ୟାକଲିନ ଫର୍ଣ୍ଣାଡିଜ : ସୁପରଷ୍ଟାର ସଲମାନ ଖାନଙ୍କ ସହ ବହୁ ସୁପରହିଟ ଫିଲ୍ମରେ ନଜର ଆସିଥିବା ଜ୍ୟାକଲିନ ଫର୍ଣ୍ଣାଡିଜ ମଧ୍ୟ ବହୁତ ଗୁଡିଏ ଆଇଟମ ନମ୍ବର୍ସ ଓ ଡ୍ୟାନ୍ସ ନମ୍ବର୍ସରେ କାମ କରିଛନ୍ତି । ବହୁତ କମ୍‌ ଲୋକ ଜାଣିଥିବେ ଯେ, ଏହି ନାୟିକା ପ୍ରତି ଗୀତ ପାଇଁ ୩କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି ।

ଚିତ୍ରାଙ୍ଗଦା ସିଂ : ଅକ୍ଷୟ କୁମାରଙ୍କ ଫିଲ୍ମ ଗବର ଇଜ୍‌ ବ୍ୟାକରେ ଆଔ ରାଜା ଗୀତରେ ନଜର ଆସିଥିବା ଚିତ୍ରାଙ୍ଗଦା ଗୋଟିଏ ଗୀତ ପାଇଁ ୬୦ଲକ୍ଷରୁ ଅଧିକ ଟଙ୍କା ନେଇଥାନ୍ତି । ସେ କରିଥିବା ସମସ୍ତ ଆଇଟମ ସଙ୍ଗ ହିଟ୍‌ ମଧ୍ୟ ହୋଇଛି ।

hiring

କ୍ୟାଟ୍ରିନା କୈଫ: ବଲିଉଡର ଚିକ୍‌ନୀ ଚମେଲୀ କ୍ୟାଟ୍ରିନା କୈଫ ଶୀଳା ପରି ଗୀତରେ ଆଇଟମ ନମ୍ବର କରିଛନ୍ତି । କ୍ୟାଟ୍ରିନା ଗୋଟିଏ ଗୀତ ପାଇଁ ୫୦ଲକ୍ଷ ନେଇଥାନ୍ତି । ତାଜା ରିପୋର୍ଟ ମୁତାବକ କ୍ୟାଟ୍ରିନା ଧୁମ-୩ ପରେ ଆଇଟମ ନମ୍ବର୍ସ ପାଇଁ ନିଜର ଫିସ୍‌ ବୃଦ୍ଧି କରିଛନ୍ତି ।


ମଲାଇକା ଆରୋର : ବଲିଉଡ ଅଭିନେତ୍ରୀ ମଲାଇକା ଆରୋର ଆଜି ମଧ୍ୟ ସୁପରଫିଟ୍‌ । ନିଜର ଶରୀରକୁ ସତେଜ ରଖିବା ପାଇଁ ସେ ସବୁବେଳେ ବ୍ୟାୟାମର ଆଶ୍ରୟ ନେଇଥାନ୍ତି । ମଲାଇକା ଆରୋର ମୁନ୍ନୀ ବଦନାମ ଭଳି ସୁପରହିଟ ଆଇଟମ ନମ୍ବର କରିଛନ୍ତି । ଖବର ମୁତାବକ ମଲାଇକା ଗୋଟିଏ ଗୀତ ପାଇଁ କୋଟିଏ ଟଙ୍କା ପାଉଣା ନିଅନ୍ତି ।


ସନ୍ନି ଲିଓନ : ପ୍ରାରମ୍ଭରୁ ସନ୍ନି ଲିଓନ ଗୋଟିଏ ଆଇଟମ ନମ୍ବର୍ସ ପାଇଁ ୨୫ ଲକ୍ଷ ନେଉଥିଲେ । କିନ୍ତୁ ଏବେ ତାଙ୍କ ପାଉଣା ବୃଦ୍ଧି କରିଥିବା ଜଣାପଡିଛି । ସେ ନିଜର ମ୍ୟୁଜିକ ଭିଡିଓ ଓ ଆଇଟମ୍‌ ନମ୍ବର ପାଇଁ ପାଖାପାଖି ୩କୋଟି ଟଙ୍କା ନେଇଥାନ୍ତି । ନିକଟରେ ସନ୍ନି ଲିଓନଙ୍କ ବହୁ ଗୀତ ରିଲିଜ ହୋଇଛି ଯାହା ଖୁବ୍‌ ଲୋକପ୍ରିୟ ହୋଇଛି ।

ସମନ୍ଥା ରଥ : ସାଉଥ ସୁପରଷ୍ଟାର ସମନ୍ଥା ରଥ ପ୍ରଭୁଙ୍କ ପାଉଣା ଶୁଣି ଆପଣଙ୍କ ହୋସ ଉଡିଯିବ । ଏହି ମାମଲାରେ ସମନ୍ଥା ଅନ୍ୟ ସବୁ ଜଣାଶୁଣା ଅଭିନେତ୍ରୀଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି । ସେ ଗୋଟିଏ ଆଇଟମ୍‌ ନମ୍ବର ପାଇଁ ୫କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି ।

hiranchal ad1
Leave A Reply

Your email address will not be published.

18 − 9 =