କ୍ରିକେଟରେ ମଧ୍ୟ ପୁଷ୍ପା କ୍ରେଜ୍‌ : ଶ୍ରୀବଲ୍ଲୀ ଗୀତ ଓ ନାଚରେ ଝୁମୁଛନ୍ତି ସେଲିବ୍ରିଟି

0 53

ନୂଆଦିଲ୍ଲୀ : ଏବେ ବିଭିନ୍ନ ଦେଶରେ,ବିଭିନ୍ନ କ୍ଷେତ୍ରରେ ଛାଇଯାଇଛି ତେଲୁଗୁ ବ୍ଲକ୍‌ବଶ୍ଚର ଫିଲ୍ମ “ପୁଷ୍ପା- ଦି ରାଇଜ’ । ଫିଳ୍ମର ମୁଖ୍ୟ ନାୟକ ଅଲ୍ଲୁ ଅର୍ଜୁନ ଓ ନାୟିକା ରଶ୍ମିକା ମନ୍ଧଣା । ଫିଲ୍ମର କାହାଣୀ ତ ଯାହା ହୋଇଛି,କିନ୍ତୁ “ଶ୍ରୀବଲ୍ଲୀ’ ଗୀତ ଏବଂ ଏଥିରେ ଅଲ୍ଲୀଙ୍କ ନାଚ ସମସ୍ତଙ୍କ ହୃଦୟ ଜିତିନେଇଛି । ଚାରିଆଡେ ସାଉଥ ଫିଲ୍ମ ପୁଷ୍ପାକୁ ନେଇ କ୍ରେଜ । ଫିଲ୍ମର ଗୀତ, ଡାଏଲଗ୍‌ଠାରୁ ଆରମ୍ଭ କରି ଆକ୍ସନ ଯାଏଁ ସବୁ କିଛି ଏବେ ଟ୍ରେଣ୍ଡ କରୁଛି । ଲୋକେ ଫିଲ୍ମର ଡାଏଲଗ ଓ ହୁକ୍‌ ଷ୍ଟେପ୍‌ କରୁଛନ୍ତି କପି । ଅସଂଖ୍ୟ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି ।କେବଳ ଫିଲ୍ମ ଜଗତ ନୁହେଁ,କ୍ରିକେଟ ଜଗତ ମଧ୍ୟ ଏହି ଗୀତ ଓ ନାଚରେ ବାୟା । ଯାହାକୁ ଦେଖିବ,ସିଏ ଏହି ଗୀତ ଗୁଣଗୁଣଉଛନ୍ତି ଏବଂ ଅଲ୍ଲୁଙ୍କ ଅନ୍ଦାଜରେ ନାଚୁଛନ୍ତି । କ୍ରିକେଟ ପଡ଼ିଆରେ ପହଞ୍ଚିଗଲାଣି ଏହି କ୍ରେଜ । ବହୁ ନାମିଦାମୀ କ୍ରିକେଟ ପଡ଼ିଆରେ ଅଳ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ନାଚିବା ଆରମ୍ଭ କରିଦେଲେଣି । ଭାରତର ରବୀନ୍ଦ୍ର ଜାଡେଜାଙ୍କଠୁ ଆରମ୍ଭ କରି ଡେଭିଡ ୱାର୍ଣ୍ଣର ସମସ୍ତେ ଏଡି ଷ୍ଟାଇଲ ଫିଦା ହୋଇଛନ୍ତି । ଜାଡେଜାଙ୍କ ପରେ ଏବେ ଏହି ତାଲିକାରେ ଯୋଡ଼ିହୋଇଛନ୍ତି ଆଉ ଜଣେ ଭାରତୀୟ କ୍ରିକେଟର । ହେଲେ ସିୁରେଶ ର÷ନା । ସେ ଅର୍ଜୁନଙ୍କ ଷ୍ଟାଇଲରେ ନାଚି ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛନ୍ତି । ଯାହା ବେଶ୍‌ ଟ୍ରେଣ୍ଡ ହେଉଛି । ବାଙ୍ଗଲାଦେଶ ପ୍ରିମିଅର ଲିଗରେ ମଧ୍‌ୟ ଏହାର ଝଲକ ଦେଖିବାକୁ ମିଳିଛି । ଟି-୨୦ ମ୍ୟାଚ୍‌ ମଝିରେ ବୋଲର୍‌ ଦେଖାଇଲେ ଅଲ୍ଲୁ ଅର୍ଜୁନ ଷ୍ଟାଇଲ । ବିପିଏଲ ଲିଗ୍‌ରେ ସିଲହେଟ୍‌ ସନରାଇଜର୍ସଙ୍କ ପାଇଁ ଖେଳୁଥିବା ଲେଫ୍ଟ ଆର୍ମ ସ୍ପିନର ନଜମୁଲ ଇସଲାମ, କୋମିଲା ଭିକ୍ଟୋରିଆନ୍ସଙ୍କ ବିରୋଧରେ ଶୋହିଦୁଲ ଇସଲାମର ୱିକେଟ୍‌ ନେବା ପରେ ଆଲୁ ଅର୍ଜୁନଙ୍କ ପ୍ରସିଦ୍ଧ ଡାଏଲଗକୁ କପି କରିବାକୁ ଚେଷ୍ଟା କରିଥିଲେ । ‘ଝୁକେଗା ନେହିଁ’ ଷ୍ଟାଇଲ୍‌?ରେ କରିଥିଲେ ଆକ୍ସନ । ବାସ୍ତବରେ ବ୍ୟାଟ୍ସମ୍ୟାନ୍‌ ଶୋହିଦୁଲ ଇସଲାମ ମିଡ୍‌ ଅଫ୍‌ର ଉପରୁ ନଜମୁଲ ଇସଲାମଙ୍କୁ ଏକ ବଡ ସଟ୍‌ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବଲକୁ ବାଉଣ୍ଡ୍ରି ପାଖରେ ହିଁ ରବି ବୋପାରା ଏକ ବଡ଼ ଡାଇଭ୍‌ ମାରି କ୍ୟାଚ୍‌ କରିନେଇଥିଲେ, ଯାହା ପରେ ନଜମୁଲ ଖୁସିରେ ପିଚ୍‌ ଉପରେ ‘ପୁଷ୍ପରାଜ’କୁ କପି କରିଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ମଧ୍ୟ ପୁଷ୍ପାର ଏକ ଗୀତରେ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଅଲରାଉଣ୍ଡର କ୍ରିକେଟର ରବୀନ୍ଦ୍ର ଜାଡେଜା ମଧ୍ୟ ପୁଷ୍ପାରାଜ ଡାଏଲଗ୍‌କୁ କପି କରି ଏକ ଭିଡିଓ ପୋଷ୍ଟ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − thirteen =