ଉପରାଷ୍ଟ୍ରପତିଙ୍କୁ କରୋନା

0 38

ନୂଆଦିଲ୍ଲୀ : ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଆଜି ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଆଜି ସେ ଏନେଇ ଟୁଇଟକରି ଜଣାଇଛନ୍ତି । ଏହାକୁ ମିଶାଇ ସେ ଦୁଇ ଥର କୋଭିଡରେ ସଂକ୍ରମିତ ହେଲେଣି । ଏବେ ସେ ହୋଇଦ୍ରାବାଦରେ ଅଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ନିଜକୁ ସାତଦିନ ଆଇସୋଲେସନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି,ସେମାନଙ୍କୁ ତୁରନ୍ତ କୋଭିଡ ପରୀକ୍ଷା କରାଇନେବା ଲାଗି ସେ ଅନୁରୋଧ କରିଛନ୍ତି । କରୋନା ଆକ୍ରାନ୍ତ ହୋଇଥିବାରୁ ସେ ଆସନ୍ତା ସାଧାରଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହୋଇନପାରନ୍ତି ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

15 − one =