ବଦଳିଲା ଧ୍ୱଜାବତରଣ ନିୟମ

0 93

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପରେ ଆୟୋଜିତ ଧ୍ୱଜାବତରଣ କାର୍ଯ୍ୟକ୍ରମରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଏହି କାର୍ଯ୍ୟକ୍ରମରେ ପରିବେଷଣ ହେଉଥିବା ଧ୍ୱନୀରେ ପରବର୍ତ୍ତନ କରିଛନ୍ତି ସରକାର । ଏହି ନିଷ୍ପତ୍ତି ଫଳରେ ଏଣିକି ଚଳିତ ବର୍ଷ ଠାରୁ ଆଉ ଧ୍ୱଜାବତରଣ ବେଳେ ଶୁଭିବନି ମହାତ୍ମା ଗାନ୍ଧିଙ୍କ ପସନ୍ଦର ଧାର୍ମିକ ଗୀତ ଆବାଇଡ ୱିଥ ମି । କାରଣ କେନ୍ଦ୍ର ସରକାର ଏହି ଖ୍ରୀଷ୍ଟିୟାନ ଧାର୍ମିକ ଗୀତକୁ ଧ୍ୱଜାବତରଣ କାର୍ଯ୍ୟକ୍ରମରୁ ବାଦ ଦେଇଛନ୍ତି । ଏହା ବଦଳରେ ହିନ୍ଦୀ ଦେଶାତ୍ମବୋଧକ ଗୀତ ‘ଏ ମେରେ ୱତନ କେ ଲୋଗୋ’କୁ ସାମିଲ କରାଯାଇଛି । ସେନା ବାହିନୀରେ ୧୯୫୦ ମସିହାରୁ ଇଭସୟର ଆବାଇଡ ୱିଥ ମି ଗୀତ ପରିବେଷଣ କରାଯାଇ ଆସୁଥିଲା । ଯୁଦ୍ଧ ବେଳେ ଦିବସର ଶେଷ ସମୟରେ ଏହି ଗୀତର ଧ୍ୱନୀକୁ ବଜା ଯାଇଥାଏ । ଏହା ବାଜିବା କ୍ଷଣି ଯବାନମାନେ ଯୁଦ୍ଧକ୍ଷେତ୍ରରୁ ପଛକୁ ହଟି ଯାଉଥିଲେ । ଭାରତରେ ପ୍ରତିବର୍ଷ ଜାନୁଆରୀ ୨୯ ସନ୍ଧ୍ୟାରେ ଦିଲ୍ଲୀର ବିଜୟ ଚୌକଠାରେ ଧ୍ୱଜାବତରଣ କାର୍ଯ୍ୟକ୍ରମ ସହ ଗଣତନ୍ତ୍ର ଦିବସ ସମାରୋହ ଶେଷ ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଗୀତ ଆବାଇଡ ୱିଥ ମି ହେଉଛି ଏକ ପ୍ରାର୍ଥନା । ଯେଉଁ ଥିରେ ଗୀତ ଗାଉଥିବା ଲୋକଙ୍କ ଜୀବନ ଓ ମୃତ୍ୟୁ ସମୟରେ ଭଗବାନ ତାଙ୍କ ସହ ରୁହନ୍ତୁ ବୋଲି ପ୍ରାର୍ଥନା କରାଯାଏ । ଏହି ଗୀତଟିକୁ ୧୮୪୭ ମସିହାରେ ସ୍କଟିସ୍‌ ଲେଖକ ହେନେରୀ ଫ୍ରାନ୍ସିସ୍‌ ଲାଇଟ୍‌ ଲେଖିଥିଲେ । ଯକ୍ଷ୍ମା ରୋଗରେ ପଡିଥିବା ହେନେରୀ ମୃତ୍ୟୁର ଅତି ନିକଟରେ ପହଞ୍ଚିବା ବେଳେ ଏହି ଗୀତ ଲେଖିଥିଲେ ।

hiranchal ad1
Leave A Reply

Your email address will not be published.

3 + ten =