ଫିଲ୍ମ ଜଗତରେ ବାର ବର୍ଷରେ ପାଦ ଦେଲେ ସାମନ୍ତା

0 56

ମୁମ୍ବାଇ : ଦକ୍ଷିଣୀ ଫିଲ୍ମ ଜଗତର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ତଥା ଏକାଧିକ ଜାତୀୟ ପୁରସ୍କାର ବିଜେତା ସାମନ୍ତା ରୁଥ ପ୍ରଭୁ ଆଜି ବାର ବର୍ଷର ସ୍ମୃତି ରୋମନ୍ଥନ କରି ବେଶ୍‌ ଆହ୍ଲାଦିତ । କାରଣ,ଆଜି ସେ ନିଜ ଫିଲ୍ମ କ୍ୟାରିୟରର ବାର ବର୍ଷ ପୂର୍ତ୍ତି ଉତ୍ସବ ମନାଇଛନ୍ତି । ଅର୍ଥାତ ଏହି ରଙ୍ଗୀନ ଦୁନିଆରେ ପାଦଦେବା ବାର ବର୍ଷ ହୋଇଗଲା । ଏହି ମୁହୂର୍ତ୍ତର ସେ ଯେଉଁ ଖୁସି ଅନୁଭବ କରିଛନ୍ତି,ତାହାକୁ ସେ ତାଙ୍‌କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସମସ୍ତଙ୍କୁ ସେ କୃତଜ୍ଞତା ଓ ଭଲପାଇବା ଜଣାଇଛନ୍ତି । ସେ କହିଛନ୍ତି,ଏହି ବାର ବର୍ଷ କେମିତି ବିତିଗଲା,ମୁଁ ଜାଣିପାରିଲି ନାହିଁ । ମୋତେ କାଲିଭଳି ଲାଗୁଛି,ମୁଁ ଯେତେବେଳେ ପ୍ରଥମ ଥର ପାଇଁ କ୍ୟାମେରାର ସାମ୍ନା କଲି । ମୁଁ ଆଜି ଯେତେବେଳେ ଶେଟରୁ ଉଠିଲି,ମୁଁ ହୃଦୟଙ୍ଗମ କଲି ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବାର ବର୍ଷ ବିତାଇ ସାରିଲିଣି । ମୁଁ ବହୁତ ଖୁସି ଏବଂ ମୁଁ ମୋର ପ୍ରଶଂସକମାନଙ୍କୁ ଅଶେଷ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି । ସାମନ୍ତା ଜଣେ ଭର୍ସାଟାଇଲ ଅଭିନେତ୍ରୀ । ସେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ଆଗକୁ ତାଙ୍କୁ ଏକ ହଲିଉଡ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମର ନାଁ ଆରେଞ୍ଜମେଣ୍ଟ ଅଫ ଲଭ୍‌ । ଏହାର ନିର୍ଦ୍ଦେଶକ ହେଉଛନ୍‌ତି ଫିଲିପ ଜନ ।

hiranchal ad1
Leave A Reply

Your email address will not be published.

eighteen − 11 =