ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର ଷ୍ଟାଇଲ

0 102

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଛବି ସେୟାର କରିଥାନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ଶିଳ୍ପା ଶେଟ୍ଟୀ ମଧ୍ୟ ତାଙ୍କର ପ୍ରତ୍ୟେକ ଚିତ୍ର ସହିତ କିଛି ବାର୍ତ୍ତା ଦେଇଥାନ୍ତି । ସମ୍ପ୍ରତି ଶିଳ୍ପା ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କର ନୂଆ ହେୟାର ଷ୍ଟାଇଲ ଦେଖାଇଥିଲେ, ଯାହାକୁ କିଛି ଲୋକ ପସନ୍ଦ କରିଥିଲେ ଏବଂ କିଛି ନାପସନ୍ଦ ମଧ୍ୟ କରିଛନ୍ତି ।

hiring


ଶିଳ୍ପା ଶେଟ୍ଟୀ କେଶ କାଟିବାର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କର ମୁଣ୍ଡର ତଳ ଭାଗର କେଶ କଟା ଯାଉଥିବା ଦେଖିବାକୁ ମିଳୁଛି । ଶିଳ୍ପା ଶେଟ୍ଟୀଙ୍କ ଏହି ନୂତନ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଭିଡିଓକୁ ଏ ପର୍ଯ୍ୟନ୍ତ ୨ ଲକ୍ଷ ୮୯ ହଜାରରୁ ଅଧିକ ଲାଇକ୍‌ ଆସିଲାଣି ।

hiranchal ad1
Leave A Reply

Your email address will not be published.

nine + seven =