‘ଭୁଲ୍ ଭୁଲେୟା-୨’ର ଫାଷ୍ଟ ଟିଜର୍ ରିଲିଜ୍‌

0 208

ମୁମ୍ବାଇ : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି । ମହାରାଷ୍ଟ୍ରରେ ସିନେମା ହଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ଏନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଖୁବ ଖୁସି ହେବା ସହିତ ଫିଲ୍ମ ରିଲିଜ୍‌କୁ ନେଇ ଆଗ୍ରହ ରଖିଛନ୍ତି । ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବାର ଦେଖାଯାଇଛି । କାର୍ତ୍ତିକ୍ ଆର୍ଯ୍ୟନଙ୍‌କ ଅଭିନୀତ ଫିଲ୍ମ ଭୁଲ୍ ଭୁଲେୟା-୨ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ ଏକ ନୂଆ ପୋଷ୍ଟର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ତେବେ ଫିଲ୍ମ ଭୁଲ ଭୁଲେୟାର ପ୍ରଥମ ଭାଗ ୨୦୦୭ରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶାନାରେ ରିଲିଜ୍ ହୋଇଥିଲା । ଏଥିରେ ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ଜ୍ୟୋତି ଅହୁଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ପୁନଃବାର ଫିଲ୍ମ ଭୁଲ୍ ଭୁଲେୟା-୨ର ସିକ୍ୱେଲ୍ ରିଲିଜ୍ ହେବାକୁ ଯାଉଛି । ୨ ମାର୍ଚ୍ଚ ୨୦୨୨ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବ ବୋଲି ଫିଲ୍ମ ନିର୍ମାତା ଆନିସ୍ ବାଜମିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫିଲ୍ମର ମୁଖ୍ୟ ଭୂମିକାରେ କାର୍ତ୍ତିକ ଓ କିଆରା ଆଡଭାନୀ ରହିବେ । ନିକଟରେ ଏହି ଫିଲ୍ମର ମୋସମ୍ ପୋଷ୍ଟର ରିଲିଜ ହୋଇଛି । ନମୋସନ ପୋଷ୍ଟର କାର୍ତ୍ତିକଙ୍କ ଜବରଦସ୍ତ ଜଲୱା ଦେଖିବାକୁ ମିିଳିଛି ।

hiranchal ad1
Leave A Reply

Your email address will not be published.

6 + fifteen =