ଅକ୍ଟୋବର ୧ରୁ ଦିଲ୍ଳୀରେ ସମସ୍ତ ବେସରକାରୀ ମଦ ଦେକାନ ବନ୍ଦ, ଜାଣନ୍ତୁ କାରଣ

0 94

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବା ପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧ ତାରିଖ ଠାରୁ ସମସ୍ତ ବେସରକାରୀ ମଦ ଦୋକାନ ଗୁଡ଼ିକ ବନ୍ଦ ରହିବ। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ୨୬୬ ବେସରକାରୀ ମଦ ଦୋକାନ ସହିତ ସମସ୍ତ ଦୋକାନକୁ ଟେଣ୍ଡର ଜରିଆରେ ଘରୋଇ କଂପାନୀକୁ ଦିଆଯାଇଛି। ନୂଆ ଲାଇସେନ୍ସଧାରୀ ଖୁଚୁରା ମଦ ବିକ୍ରି ନଭେମ୍ବର ୧୭ ତାରିଖ ଠାରୁକରିବେ। ମାତ୍ର ଏହାରି ଭିତରେ ରାଜ୍ୟ ସରକାର ଦ୍ବାରା ପରିଚାଳିତ ମଦ ଦେକାନ ଖୋଲା ରହିବ, ଯାହାକି ନଭେମ୍ବର ୧୬ ପରେ ବନ୍ଦ ରହିବ। ତେବେ ନୂତନ ଅବକାରୀ ନୀତିରେ ଅନେକ ସଂଶୋଧନ ଅଣାଯାଇଛି। ନୂଆ ନୀତିର ମହାନ ଲକ୍ଷ୍ୟ ହେଉଛି ମଦ ମାଫିଆଙ୍କ ଉପରେ କାର୍ଯାନୁଷ୍ଠାନ ନେବା। ଚୋରି ଶେଷ କରି ରାଷ୍ଟ୍ରୀୟ ରାଜଧାନୀରେ ମଦ ବ୍ୟବସାୟରେ ସଂଶୋଧନ ଆଣିବା। ନୂଆ ନୀତି ଅନୁସାରେ ଗୋଟିଏ ଜୋନରେ ୮ରୁ୧୦ଟି ୱାର୍ଡକୁ ସାମିଲ କରିବା। ପ୍ରତ୍ୟେକ ଜୋନରେ ୨୭ଟି ମଦ ଦୋକାନ ରଖାଯିବାର ଲକ୍ଷ୍ୟ ରଖାଯାଇଛି। ଏବେ କିଛି ୱାର୍ଡରେ ୧୦ରୁ ଅଧିକ ମଦ ଦୋକାନ ରହିଛି। କିନ୍ତୁ କିଛି ୱାର୍ଡରେ ମଦ ଦୋକାନ ନାହିଁ। ସରକାର ଆଶା ରଖିଛନ୍ତି ବାର୍ଷିକ ୧୦ ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇପାରିବ। ନୂଆ ନୀତି ଅନୁସାରେ ମଦ ଦୋକାନଗୁଡ଼ିକ ଶୀତତାପ ନିୟନ୍ତ୍ରିତ ହେବ। ଆଲୋକ ପାଇଁଉତ୍ତମ ବ୍ୟବସ୍ଥା କରାଯିବ। କାଚର କବାଟ ଲାଗିବ। ଦୋକାନ ବାହାରେ ଓ ଭିତରେ ସିସିଟିଭ କ୍ୟାମେରା ଖଂଜାଯିବ। 

hiranchal ad1
Leave A Reply

Your email address will not be published.

18 + 8 =