ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୨ ଜୀବନ୍ତ ଦଗ୍ଧ

0 261

ଯୋଧପୁର: ରାଜସ୍ଥାନର ବାଡମେରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ସୂଚନା ମୁତାବକ, ରାଜସ୍ଥାନର ବାଡମେର-ଯୋଧପୁର ରାଜପଥରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଏକ ଯାତ୍ରୀବାହୀ ବସକୁ ଧକ୍କାଦେବା ଫଳରେ ବସରେ ନିଆଁ ଲାଗିଯାଇଥିଲା । ବସରେ ଥିବା ୧୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପରେ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।

hiranchal ad1
Leave A Reply

Your email address will not be published.

twenty + 10 =