ଗଜପତି ଜିଲ୍ଲାରେ ଗଡିଲା ଭୋଟର ସଚେତନ ରଥ

0 51

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଗଡିଲା ଭୋଟର ସଚେତନ ରଥ । ଏହି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିବା ପରେ ରଥଟି ଗଡିଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଜପତି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ଥିଲେ । ସଚେତନ ରଥ ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଗଡିବା ଆରମ୍ଭ କରି ମୁଖ୍ୟ ସହର ପାରଳାଖେମୁଣ୍ଡି ପରିକ୍ରମା କରିବା ସହ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ପରିକ୍ରମା କରି ଭୋଟର ମାନଙ୍କୁ ଡିଜିଟାଲ ଆପ ମଧ୍ୟମରେ କିପରି ଭୋଟର ତାଲିକାରେ ନୂତନ ନାମକୁ ପଞ୍ଜିକରଣ କରି ପାରିବେ ଓ ସେହି ଆପ ମାଧ୍ୟମରେ ଭୁଲ ଥିବା ଭୋଟର ତାଲିକାକୁ ସଂଶୋଧନ କରିପାରିବେ, ଏହି ରଥ ଗଡିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଗଜପତି, ତରଫରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

4 − 3 =