ଆଜି ବିଶ୍ୱ ଇଞ୍ଜିନିୟର ଦିବସ; ଜାଣନ୍ତୁ କାହିଁକି ଏହି ଦିବସକୁ କରାଯାଏ ପାଳନ,କ’ଣ ରହିଛି ଏହା ପଛରେ ଇତିହାସ

0 56

ଭୁବନେଶ୍ୱର : ଆଜି ବିଶ୍ୱ ଇଞ୍ଜିନିୟର ଦିବସ।  ଭାରତରତ୍ନ ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ । ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜନମଙ୍ଗଳରେ ଅତୁଳନୀୟ ଅବଦାନ ପାଇଁ ରାଜା ଜର୍ଜ ପଞ୍ଚମଙ୍କ ଦ୍ୱାରା ସେ ବ୍ରିଟିଶ ଇଣ୍ଡିଆ ସାମ୍ରାଜ୍ୟର ନାଇଟ୍‌ କମାଣ୍ଡର ଭାବେ ନାଇଟ୍‌ ଉପାଧି ଲାଭ କରିଥିଲେ । ତାଙ୍କ ଅବଦାନକୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତବର୍ଷରେ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଏ ।ବିଶ୍ୱେଶ୍ୱରାୟ ଅନେକ ନାମୀ ସଂସ୍ଥା ସହ ମିଶି ଦେଶର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ହାଇଦ୍ରାବାଦ୍‌ର ବନ୍ୟା ନିରାପତ୍ତା ପ୍ରଣାଳୀର ସେ ଥିଲେ ମୁଖ୍ୟ ଡିଜାଇନର୍‌ । ମୈସୁର କୃଷ୍ଣରାଜସାଗର ଡ୍ୟାମ୍‌ ନିର୍ମାଣର ମୁଖ୍ୟ ଇଞ୍ଜିନିୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ବିଶ୍ୱେଶ୍ୱରାୟ ୧୮୬୦, ସେପ୍ଟେମ୍ବର ୧୫ରେ ମୁଲୁକାନାଡୁ(ତେଲୁଗୁ) ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏହି ଇଞ୍ଜିନିୟର ଦିବସ ଉପଲକ୍ଷେ ସମସ୍ତ ପରିଶ୍ରମି ଇଞ୍ଜିନିୟର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ଶ୍ରୀ ଏମ୍ ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସଫଳତାକୁ ମନେ ପକାଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + fifteen =