ଆଇପିଏଲ ପୂର୍ବରୁ ଛକା ବର୍ଷା କଲେ ଡି ଭିଲିୟର୍ସ

0 77

ନୂଆଦିଲ୍ଲୀ : ଆଇପିଏ ୨୦୨୧ର ଦ୍ୱିତୀୟ ଭାଗ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡି ଭିଲିୟର୍ସ ବୋଲରମାନଙ୍କୁ ଚେତାବନୀ ଦେଇଛନ୍ତି । ଏହି ଚେତାବନୀଟି ହେଉଛି ଯେ ଏବି ଡି ଭିଲିୟର୍ସ ଆରସିବି ଅଭ୍ୟାସ ମ୍ୟାଚରେ ତୋଫାନୀ ସ୍କୋର କରିଛନ୍ତି । ସେ ୧୦ ଟି ଛକା ସାହାଯ୍ୟରେ ନିଜର ଶତକ ପୂରଣ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯ, ସମସ୍ତ ଦଳ ଆଇପିଏଲ୍‌ ପୂର୍ବରୁ ଇଣ୍ଟ୍ରା ସ୍କ୍ୱାଡ୍‌ ମ୍ୟାଚ୍‌ ଖେଳୁଛନ୍ତି । ଏଭଳି ଏକ ଅଭ୍ୟାସ ମ୍ୟାଚରେ ଏବି ଡି ଭିଲିୟର୍ସ ୧୦ ଟି ଛକା ଓ ୭ ଚୌକା ସହାୟତାରେ ମାତ୍ର ୪୬ ବଲରେ ମୋଟ ୧୦୪ ରନ୍‌ ସଂଗ୍ରହ କରିଥିଲେ । କେବଳ ଏତିକି ନୁହେଁ, ସେ ପ୍ରଥମ ୧୯ ବଲରେ ମାତ୍ର ୧୯ ରନ୍‌ ସ୍କୋର କରିଥିଲେ । ଏଥିରୁ ଆପଣ ଅନୁମାନ କରିପାରିବେ ଯେ ବ୍ୟାଟ୍ସମ୍ୟାନ୍‌ ଏବି ଡି ଭିଲିୟର୍ସ କେତେ ବିପଜ୍ଜନକ ହୋଇଥିଲେ । ଏହା ତାଙ୍କ ପାଇଁ ନୂଆ ନାହିଁ, ଆଗରୁ ମଧ୍ୟ ସେ ଏପରି ବହୁବାର କରିଛନ୍ତି ।
କେବଳ ଏବି ଡି ଭିଲିୟର୍ସ ନୁହଁନ୍ତି, କେ.ଏସ୍‌ ଭରତ, ମହମ୍ମଦ ଅଜହରୁଦ୍ଦିନ ଏବଂ ଦେବଦତ୍ତ ପାଡିକଲ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ । ୪୭ ବଲରେ କେ.ଏସ୍‌ ଭରତ ୯୫ ରନ୍‌ ସଂଗ୍ରହ କରିଥିବାବେଳେ ଅଜହରୁଦ୍ଦିନ ୪୩ ବଲରେ ୬୬ ରନ୍‌ ସଂଗ୍ରହ କରିଥିଲେ । ଏଥିସହିତ ଦେବଦତ୍ତ ପାଡିକଲ ୨୧ ଟି ବଲରେ ୩୬ ରନର ଇନିଂସ ଖେଳିଥିଲେ । ଏହି ଇଣ୍ଟ୍ରା ସ୍କ୍ୱାର୍ଡ ମ୍ୟାଚ୍‌ରେ ଦେବଦତ୍ତ ପାଦିକଲଙ୍କ ଦଳ ଜିତିଥିଲା ।

hiranchal ad1
Leave A Reply

Your email address will not be published.

one + seventeen =