ପିଲାଙ୍କୁ ପଢ଼ାଇବେ କିପରି ?

0 282

ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । କେଉଁ ସମୟରେ ବସି ପାଠ ପଢ଼ାଇଲେ ସୁବିଧା ହେବ ଏବଂ ପିଲାର କିଛି ଅସୁବିଧା ହେବ ନାହିଁ ସେ ବିଷୟରେ ପରିବାରର ଲୋକମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ସମୟ ବାହାର କରନ୍ତୁ । ପିଲାଙ୍କୁ ପଢ଼ାଇବା ବେଳେ ବାରମ୍ବାର ଉଠନ୍ତୁ ନାହିଁ । ଏପରି ହେଲେ ପାଠ ପଢ଼ାଇବାରେ ବ୍ୟାଘାତ ସୃଷ୍ଟି ହେବା ସାଙ୍ଗକୁ ପିଲାର ଏକାଗ୍ରତା ମଧ୍ୟ ନଷ୍ଟ ହେବ । ତେଣୁ ସବୁକାମ ଶେଷ କରି ପିଲାଙ୍କୁ ପଢ଼ାଇବା ପାଇଁ ବସନ୍ତୁ । ପିଲାଙ୍କୁ କେଉଁ ଜାଗାରେ ପଢ଼ାଇବେ ତାହା ମଧ୍ୟ ସ୍ଥିର କରନ୍ତୁ । ଏପରି ଏକ ସ୍ଥାନ ବାଛନ୍ତୁ ଯେଉଁଠି ଅନ୍ୟମାନେ ଆସି ବିରକ୍ତି କରିପାରିବେ ନାହିଁ । ଘରେ ସ୍ଥାନର ଅଭାବ ଥିଲେ ଡାଇନିଂ ଟେବୁଲ ବା ଡ୍ରଇଂ ରୁମରେ ମଧ୍ୟ ପଢ଼ାଇ ପାରିବେ । ପିଲାର ପଢ଼ିବା ଜାଗାକୁ ଯେପରି ପର୍ଯ୍ୟାପ୍ତ ଆଲୋକ ପଡୁଥାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

hiring

ପଢ଼ାଇବା ସମୟରେ ଘରର ଟିଭି ସେଟ୍ ଯେମିତି ବନ୍ଦ ରୁହେ ସେଥିପ୍ରତି ଦୃଷ୍ଟି ଦେବେ । ଅନ୍ୟ ରୁମରେ ପଢ଼ାଉଥିଲେ ମଧ୍ୟ ସେହି ରୁମକୁ ଯେପରି ଟିଭିର ଶବ୍ଦ ଶୁଣାନଯାଏ ସେଥିପ୍ରତି ନଜର ଦେବେ । ପାଠପଢ଼ାଇବା ସମୟରେ ଅତି ଜରୁରୀ ନ ହେଲେ ଫୋନରେ କଥାବାର୍ତ୍ତା କରିବେ ନାହିଁ । ଦରକାର ହେଲେ ପଢ଼ା ମଝିରେ ଟିକେ ବ୍ରେକ ଦେଇ ପାରନ୍ତି । ପାଠପଢ଼ା ମଝିରେ ଅଳ୍ପ ସମୟ ପାଇଁ ପିଲାକୁ ଛବି ଆସିବାକୁ କିମ୍ବା ମନକୁ ମନ ଖେଳିବା ପାଇଁ ଛାଡ଼ି ଦିଅନ୍ତୁ । ଏହାଦ୍ୱାରା ସେ ପୁଣି ଥରେ ଆଗ୍ରହର ସହିତ ପଢ଼ିବାକୁବସିବ । କୋଳାହଳ ଅଧିକ ହେଉଥିଲେ ଘର ବନ୍ଦ କରି ପଢ଼ାନ୍ତୁ । ପଢ଼ାଇବା ସମୟରେ ଆବଶ୍ୟକୀୟ ସମସ୍ତ ପାଠ୍ୟ ଉପକରଣ ପାଖରେ ରଖନ୍ତୁ । ପ୍ରତି ସ୍କୁଲର ନିୟମ ଅଲଗା । ପ୍ରଥମେ ନିଜ ପିଲା ପଢୁଥିବା ସ୍କୁଲର ନୀତି ନିୟମ ଜାଣନ୍ତୁ । ତାପରେ ସେହି ଅନୁସାରେ ପିଲାକୁ ପ୍ରସ୍ତୁତ କରନ୍ତୁ । ଅନେକ ଅଭିଭାବକ ନିଜର କାର୍ଯ୍ୟ ବ୍ୟସ୍ତତା ପାଇଁ ପିଲାକୁ ଠିକ୍ ଭାବରେ ସମୟ ଦେଇ ପାରନ୍ତି ନାହିଁ । ତେବେ ଏହା ଠିକ ନୁହେଁ । ଯେମିତି ହେଲେ ପିଲା ପାଇଁ ସମୟ ଦେବାକୁ ପଡ଼ିବ । ସୁବିଧା ଦେଖି ତାକୁ ବିଭିନ୍ନ ପ୍ରକାର ବୁକ୍ ଷ୍ଟୋର, ମ୍ୟୁଜିୟମ କିମ୍ବା ପ୍ରଦର୍ଶନୀ ବୁଲାଇବାକୁ ନିଅନ୍ତୁ । ଏହାଦ୍ୱାରା ସେ ପଢ଼ିବା ପାଇଁଆଗ୍ରହୀ ହେବ । ପିଲାର ହୋମ ୱାର୍କ ଆପଣ ନିଜେ ନ କରି ତାକୁ କରିବାକୁ ଦିଅନ୍ତୁ । ତେବେ ତାକୁ ହୋମ ୱାର୍କରେ ସାହାଯ୍ୟ କରନ୍ତୁ ଏବଂ ସେ କେଉଁ ଜିନିଷ ବୁଝି ପାରୁ ନାହିଁ ତାହା ବୁଝାଇ ଦିଅନ୍ତୁ ।

hiranchal ad1
Leave A Reply

Your email address will not be published.

five × 2 =