କ୍ରିକେଟ୍ ମହଲରୁ ଋିଷିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

0 92

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତା ଋିଷି କପୁରଙ୍କ ବିୟୋଗରେ କ୍ରିକେଟ୍ ଜଗତ ମଧ୍ୟ ସ୍ତବ୍ଧ ହୋଇପଡ଼ିଛି । ଭାରତୀୟ ଦଳର ବର୍ତ୍ତମାନ ଓ ପୂର୍ବତନ ଖେଳାଳିମାନେ ଋିଷିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ନିଜ ନିଜ ଟ୍ୱିଟ୍ ମାଧ୍ୟମରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ଭିଭିଏସ୍ ଲକ୍ଷ୍ମଣ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଲକ୍ଷ୍ମଣ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଯେ, ମୋ ହୃଦୟର ଶୋକବାର୍ତ୍ତା ଜଣାଉଛି ବୋଲି କହିଛନ୍ତି । ସେହିପରି, ବୀରେନ୍ଦ୍ର ସେହ୍ୱାଗ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସତରେ ଋିଷି କାପୁରଙ୍କ ଦେହାନ୍ତ ହୋଇଯାଇଛି ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ । ଏବଂ ତାଙ୍କ ଶୋକ ବାର୍ତ୍ତାରେ \”ଓମ୍ ଶାନ୍ତି\’ ଲେଖିଥିବାର ଜଣାପଡ଼ିଛି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଯେ, ଏଭଳି ଖବର ଶୁଣି ମୁଁ ମର୍ମାହତ ଏବଂ ମୋତେ ଏହା ପ୍ରକୃତ ଘଟଣା ବୋଲି ମୁଁ ଭାବିପାରୁ ନାହିଁ କି ବିଶ୍ୱାସ ବି କରିପାରୁ ନାହିଁ ବୋଲି ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ସଚିନ୍ ତେନ୍ଦୁଲକର, ଅନିଲ୍ କୁମ୍ବଲେ ଆଦି ଖେଳାଳିମାନେ ସେମାନଙ୍କ ଟ୍ୱିଟ୍ ବାର୍ତ୍ତାରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 + four =