ଭଦ୍ରକରେ ସ୍ଥିତି ନୀରିକ୍ଷଣ କଲା ଡ୍ରୋନ କ୍ୟାମେରା

0 255

ଭଦ୍ରକ : ଭଦ୍ରକ ଜିଲ୍ଲାରେ ୩୨ ପଞ୍ଚାୟତ ସର୍ଭେଇଲାନ୍‌ସ ନୀରିକ୍ଷଣରେ ରହିଛି । ସଂପୃକ୍ତ ଅଞ୍ଚଳମାନଙ୍କର ସନ୍ଦିଗ୍ଧଙ୍କ ଗତିବିଧିକୁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ୟାମେରାରେ ନୀରିକ୍ଷଣ କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ସୁପରଭାଇଜିଂ ଅଧିକାରୀ ଏହିସବୁ ଅଞ୍ଚଳ ଗସ୍ତ କରି ସ୍ଥିତି ନୀରିକ୍ଷଣ କରିଛନ୍ତି । ଆଜି ଉପଜିଲ୍ଲାପାଳ ପୀତାମ୍ବର ସାମଲ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଳକ ସର୍ଭେଇଲାନ୍‌ସ ଜୋନ ସହିତ କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ଗସ୍ତ କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା, ରହଣିଆ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଡ୍ରୋନ କ୍ୟାମେରାରେ ବିିଭିନ୍ନ ଦିଗରୁ ରେକର୍ଡିଂ କରାଯାଇଛି । ପରେ ଧାମନଗର ବ୍ଲକର ଖଡିପଦା,କଲ୍ୟାଣୀ ପଞ୍ଚାୟତରେ ମଧ୍ୟ ଡ୍ରୋନ କ୍ୟାମେରାରେ ଆକାଶମାର୍ଗରୁ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରାଯାଇଛିି । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ସର୍ଭେଇଲାନ୍‌ସ ଜୋନରେ ସନ୍ଦିଗ୍‌ଧଙ୍କ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯାଉଛି । ଏହି ଅଞ୍ଚଳ ପାଇଁ ଡାକ୍ତର ଓ ପାରାମେଡିକାଲ ୱାର୍କରମାନେ ଚିହ୍ନଟ ସନ୍ଦିଗ୍‌ଧଙ୍କ ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରିଛନ୍ତି । ସେହିଭଳି ଭାବେ ଅନ୍ୟ ବ୍ଳକ ଓ ପୌରାଞ୍ଚଳ ପାଇଁ ନିଯୁକ୍ତ ସୁପରଭାଇଜିଂ ଅଫିସରମାନେ ସେମାନଙ୍କ କଣ୍ଟେନମେଣ୍ଟ ଓ ସର୍ଭେଇଲାନ୍‌ସ ଜୋନ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବେ ବୋଲି ଜଣାପଡିଛି । ସେହିଭଳି ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ସୀମିତ ରହିଥିବାରୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅନ୍ୟ କିଛି ପରିବର୍ତ୍ତନ କରାଯାଇ ନାହିଁ କି କଟକଣା କୋହଳ ହୋଇନାହିଁ । ମାତ୍ର ଅନ୍ୟ ଅଞ୍ଚଳରେ ଆଜିଠାରୁ ଘର ତିଆରି ସରଞ୍ଜାମ ବିକ୍ରୟ ଦୋକାନ ଯଥା ରଡ଼, ସିମେଣ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆ ଯାଇଛି । ଏହି ଦୋକାନ ସଂପୃକ୍ତ ଅଧିକାରୀଙ୍କ ଠାରୁ ଟ୍ରେଡ୍ ଲାଇସେନ୍‌ସ ପାଇଥିବା ଉଚିତ । ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିପାରିବ । ଏହା ଛଡା ଏସି, କମ୍ପ୍ୟୁଟର, ଇଲେକ୍ଟ୍ରିକ୍ ମିସ୍ତ୍ରି, ମୋଟର ମିସ୍ତ୍ରି ଘରକୁ ଯାଇ ସେମାନେ ମରାମତି କାର୍ଯ୍ୟ କରି ପାରିବେ ବୋଲି ଅନୁମତି ଦିଆ ଯାଇଛି । ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଣ ହୋଇଛି । ବହିରାଗତ ଶ୍ରମିକଙ୍କୁ ଜିଲ୍ଲାର ୧୬୫ଟି କେନ୍ଦ୍ରରେ ୩୫୧୮ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ସେହିଭଳି ନିରାଶ୍ରୟ, ଗରିବ, ଦୁଃଖୀଙ୍କୁ ଜିଲ୍ଲାର ୧୬୫ଟି କେନ୍ଦ୍ରରେ ୧୭ ହଜାର ୯୧୨ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଣ ହୋଇଛି । ଜିଲ୍ଲା ପୁଲିସ ପକ୍ଷରୁ ଆଜି ମଧ୍ୟ ଜିଲ୍ଲା ତମାମ ମାସ୍କ ଓ ଗାଡି ଧରପଗଡ଼ ହୋଇଛି । ବିନା ମାସ୍କଧାରୀଙ୍କ ଠାରୁ ୮ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ୧୧୪ଟି ଗାଡି ଜବତ କରିଥିବା ବେଳେ ୧ ଲକ୍ଷ ୧୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − 12 =