ଅସହାୟ ସ୍ଥିତିରେ ପାକିସ୍ତାନ : ଆର୍ଥିକ ସହାୟତା ବନ୍ଦ କରିବ ଆମେରିକା

0 604

ୱାଶିଂଟନ୍ : ବାରମ୍ବାର ତାଗିଦ୍ ସତ୍ତେ୍ୱ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କୁ ଦମନ କରିବାରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁନଥିବାରୁ ସେଥିନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁନ୍ ଆମେରିକା ଗସ୍ତରେ ଅଛନ୍ତି । ଏହି ଗସ୍ତ କାଳରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଆଲୋଚନା କାଳରେ ଟ୍ରମ୍ପ କେତେକ ପ୍ରସଙ୍ଗ ଉପରେ ପାକିସ୍ତାନକୁ ତାଗିଦ୍ କରିଥିଲେ । ସେ କହିଥିଲେ ଯେ, ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ଏହାକୁ କୌଣସି ପ୍ରକାରେ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ନାହିଁ । ଟ୍ରମ୍ପଙ୍କର ଏଭଳି କଠୋର ବାଣୀ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ ପ୍ରକାର ଅସହାୟ ଅବସ୍ଥାକୁ ଚାଲି ଆସିଛନ୍ତି । ଭାରତରେ ଯେଭଳି ବାରମ୍ବାର ଆତଙ୍କବାଦୀ ଘଟଣା ଘଟୁଛି, ତାହାକୁ ନେଇ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି ।

hiring

କାଶ୍ମୀର ସମସ୍ୟାର ସମାଧାନ ପାଇଁ ଆମେରିକା ଆଗ୍ରହୀ ଥିବା କଥା ଟ୍ରମ୍ପ ପ୍ରକାଶ କରିଛନ୍ତି । ଏପରିକି ସେ ମଧ୍ୟସ୍ଥତା କରିବା ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଇମ୍ରାନ୍ ଖାଁନ୍ଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, କାଶ୍ମୀରରେ ଅଶାନ୍ତିର ଅବସାନ ଘଟାଇବା ଲାଗି ପାକିସ୍ତାନ ଭାରତ ସହ କଥାବାର୍ତ୍ତା କରି କାର୍ଯ୍ୟ କରୁ । ଯଦି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବନ୍ଦ କରିବାରେ ପାକିସ୍ତାନ ବିଫଳ ହୁଏ, ତେବେ ଏହାକୁ ଆର୍ଥିକ ସହାୟତା ଆଉ ମିଳିବ ନାହିଁ । ଟ୍ରମ୍ପଙ୍କର ଏଭଳି କଠୋର ବାଣୀ ଶୁଣିବା ପରେ ଇମ୍ରାନ୍ କି ପ୍ରକାର ନୀତି ଅବଲମ୍ବନ କରିବେ ତାହା ଉପରେ ଏବେ ସମସ୍ତଙ୍କର ନଜର । ସେହିପରି, କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିବା ଖବର ପ୍ରଚାରିତ ହେବା ପରେ ତାହା ବିଶ୍ୱ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହୋଇଛି ।

hiranchal ad1
Leave A Reply

Your email address will not be published.

eleven + 19 =