ଅଳ୍ପକେ ବର୍ତ୍ତିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର

0 55

ଭୁବନେଶ୍ବର- ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ଜିଲ୍ଲା ନରସିଂହପୁର କମଳାଦେଇପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ଗାଡିରେ ଦେବୀ ମିଶ୍ର ବସିଥିଲେ ମଧ୍ୟ ତାଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି।
ଦେବୀ ମିଶ୍ରଙ୍କ ଇନୋଭା କାରକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ କାରର ପଛପଟର ଗୋଟିଏ ପାର୍ଶ୍ୱର କ୍ଷତି ଘଟିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ନରସିଂହପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଏହାର ଚାଳକଙ୍କୁ ଅଟକ ରଖିଛି।

hiranchal ad1
Leave A Reply

Your email address will not be published.

20 − one =