ବିଶିଷ୍ଟ ସାହିତ୍ୟିକ ଗିରି ଦଣ୍ଡସେନାଙ୍କ ପରଲୋକ

0 56

ସୁନ୍ଦରଗଡ଼: ଓଡ଼ିଆ ସାହିତ୍ୟ ଓ ଇତିହାସ ଗବେଷଣା ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ବିଶିଷ୍ଟ ସାହିତ୍ୟିକ, ଐତିହାସିକ ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କର ପରଲୋକ ଘଟିଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଦୀର୍ଘଦିନ ଧରି ଅସୁସ୍ଥ ରହି ଶଯ୍ୟାଶାୟୀ ଥିବା ଗିରି ଦଣ୍ଡସେନାଙ୍କୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲାର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସମସ୍ତ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଗିରି ଦଣ୍ଡସେନା ତାଙ୍କ ବହୁଚର୍ଚ୍ଚିତ ଗ୍ରନ୍ଥ ‘ସୁନ୍ଦରଗଡ଼ ଇତିହାସ’ ପାଇଁ ସାରା ଓଡ଼ିଶାରେ ପରିଚିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ଇତିହାସକୁ ସଂରକ୍ଷଣ କରିବାରେ ତାଙ୍କର ଗବେଷଣାମୂଳକ ଅବଦାନ ଅତୁଳନୀୟ ବୋଲି ସାହିତ୍ୟ ମହଳରେ ମତ ପ୍ରକାଶ ପାଇଛି।
ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତ ସହ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସାହିତ୍ୟିକ, ଗବେଷକ ଓ ବୁଦ୍ଧିଜୀବୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହାକୁ ଓଡ଼ିଆ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

hiranchal ad1
Leave A Reply

Your email address will not be published.

12 − six =