ମମତାଙ୍କ ସଙ୍ଗୀନ ଅଭିଯୋଗ : ବିଜେପିରେ ଯୋଗଦେବାକୁ ଟିଏମସି ନେତାଙ୍କୁ ଭୟଭୀତ କରାଯାଉଛି

0 595

କୋଲକତା : ସାଧାରଣ ନିର୍ବାଚନ ପରଠୁ ବିଭିନ୍ନ ପ୍ରସଂଗରେ ବିଜେପି ଓ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ବିବାଦ ଲାଗି ରହିଛି । ନିର୍ବାଚନ ପରେ ପରେ ଟିଏମସିର ବହୁ ନେତା ଓ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଟିଏମ୍ସି ନେତାମାନଙ୍କୁ ବିଜେପିରେ ଯୋଗଦେବା ଲାଗି କେନ୍ଦ୍ରର ଏଜେନ୍ସି ଗୁଡିକ ସେମାନଙ୍କୁ ଭୟଭୀତ କରାଉଛନ୍ତି ବୋଲି ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ବିଜେପି ଓ କେନ୍ଦ୍ର ସରକାର ଏହି କାର୍ଯ୍ୟରେ ଲଗାଇଛନ୍ତି । ଯେଉଁ ଟିଏମସି ନେତାମାନେ ନିର୍ବାଚିତ ହୋଇଛନ୍ତି ସେମାନଙ୍କୁ ଏଭଳି ଧମକ ଦିଆଯାଉଛି ।

hiring

ବିଜେପିରେ ଯୋଗ ନଦେଲେ ସେମାନଙ୍କୁ ଚିଟଫଣ୍ଡ ଦୁର୍ନୀତିରେ ମାମଲାରେ ଫସେଇ ଜେଲରେ ପୁରାଇ ଦିଆଯିବ ବୋଲି ଧମକ ଦିଆଯାଉଛି । ବିଜେପିର ଏଭଳି କାର୍ଯ୍ୟ ଏବେ ପଦାରେ ପଡିଯାଇଛି ବୋଲି ମମତା କହିଛନ୍ତି । ଏକ ରାଲିରେ ଉଦ୍ବୋଧନ ଦେଉଥିବା ବେଳେ ସେ ବିଜେପି ବିରୋଧରେ ଏ ପ୍ରକାର ଅଭିଯୋଗ ଆଣି କହିଥିଲେ ଯେ, କେନ୍ଦ୍ର ସରକାର ଓ ବିଜେପିର ଏଭଳି ହୀନ କାର୍ଯ୍ୟ ବିରୋଧରେ ଖୁବଶୀଘ୍ର ଏକ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ । ଜୁଲାଇ ୨୬ରୁ ଏହା ଆରମ୍ଭ ହେବ । ଏଥିରେ ବିଦେଶରେ ଥିବା ବିଜେପି ନେତାମାନଙ୍କର କଳାଟଙ୍କାକୁ ପ୍ରସଂଗ କରାଯିବ । ବିଦେଶରୁ କେନ୍ଦ୍ର ସରକାର କଳାଟଙ୍କା ଫେରାଇ ଆଣିବେବୋଲି ୨୦୧୪ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିଜେପିର ବହୁ ନେତାଙ୍କର ସ୍ୱଜରଲାଣ୍ଡରେ କଳାଧନ ଥିବାରୁ ସରକାର ଏ ଦିଗରେ ପଛାଉଛନ୍ତି । ନିଜର ଅପରାଧିକ ଓ ବେଆଇନ କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ବିଜେପି ଏଭଳି ସବୁ ଉଦ୍ୟମ କରୁଛି । ପଶ୍ଚିମବଙ୍ଗର ଉନ୍ନତି କଥା ଚିନ୍ତା ନକରି ତୃଣମୂଳ କଂଗ୍ରେସ ନେତା ଓ ବିଧାୟକମାନଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ଯେଉଁ ଉଦ୍ୟମ ଚାଲିଛି ତାହାକୁ ଆଗାମୀ ଦିନରେ ଠିକଣା ଜବାବ୍ ଦିଆଯିବ । ତୃଣମୂଳ କଂଗ୍ରେସର ପ୍ରକୃତ କର୍ମୀମାନେ କେବେବି ଦଳ ଛାଡି ଯିବେନାହିଁ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟରମାନେ ବିଜେପିକୁ ଉପଯୁକ୍ତ ଜବାବ୍ ଦେବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 9 =