ସାପ କାମୁଡ଼ିବାରୁ ସାପକୁ କାମୁଡ଼ିଲେ ବୃଦ୍ଧ, ଦୁହିଁଙ୍କ ମୃତ୍ୟୁ

0 566

ମହିସାଗର : ଗୁଜୁରାଟର ମହିସାଗର ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଠାରେ ଜଣେ ବୃଦ୍ଧଙ୍କୁ ସାପ କାମୁଡ଼ି ଦେବାରୁ ପ୍ରତିଶୋଧ ନେବା ପାଇଁ ସାପକୁ କାମୁଡ଼ି ଦେଇଥିଲେ ବୃଦ୍ଧ । ଯାହା ପରେ ଦୁହେଁ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି ।

hiring

ଅଜନଓ୍ଵା ଗାଁର ସରପଞ୍ଚଙ୍କ ଅନୁଯାୟୀ, ଚାଷ ଜମିରେ ଟ୍ରକରେ ମକା ଲଦା ଯାଉଥିଲା । ଏ ସମୟରେ ସାପ ବାହାରି ଆସିବାରୁ ଉପସ୍ଥିତ ଲୋକେ ସେଠାରୁ ଚାଲି ଆସିଥିଲେ । କିନ୍ତୁ ଅନେକ ଥର ସାପ ଧରିଥିବା ଦାବି କରି ସେଠାରେ ଠିଆ ହୋଇ ରହିଥିଲେ ୬୦ବର୍ଷୀୟ ପର୍ବତ ଗାଲା ବାରିଆ । ସାପକୁ ଧରିବାରୁ ସାପଟି ପର୍ବତଙ୍କ ମୁହଁ ଏବଂ ହାତକୁ କାମୁଡ଼ି ଦେଇଥିଲା । ଏହା ଦେଖି ରାଗରେ ପର୍ବତ ସାପକୁ କାମୁଡ଼ି ଦେବାରୁ ସାପର ମୃତ୍ୟୁ ହୋଇଥିଲା । ପରେ ପର୍ବତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

hiranchal ad1
Leave A Reply

Your email address will not be published.

eighteen + seventeen =