ନେତାଙ୍କୁ ଖାଡଗେଙ୍କ ତାଗିଦ :
ଯଦି ନେତୃତ୍ୱ ନେବାକୁ ଅକ୍ଷମ,ପଦ ଛାଡିଦିଅ

0 21

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ନେତୃତ୍ୱ ଦାୟିତ୍ୱରେ ଥିବା କିଛି କଂଗ୍ରେସ ନେତାଙ୍କ କାର୍ଯ୍ୟଶୈଳୀନେଇ ଅସନ୍ତୋଷ ପ୍ରକାଶ କରାିଛନ୍ତି ଦଳ ନୂଆ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ । ସେ ସେମାନଙ୍କୁ ଆଜି ଖୋଲାଖୋଲିଭାବେ ଚେତାବନୀ ଶୁଣାଇ କହିଛନ୍ତି,ଯଦି ନେତୃତ୍ୱ ନେଇ ନପାରୁଛ,ତେବେ ପଦ ଛାଡ଼ିଦିଅ ଏବଂ ଅନ୍ୟମାନଙ୍କୁ ସୁଯୋଗ ଦିଅ । ତାଙ୍କର ଏହି ଚେତାବନୀ ଏବେ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । ସେ କହିଛନ୍ତି,୨୦୧୪ ଗଲା,୨୦୧୯ ବି ଗଲା । ୨୦୨୪ରେ କଂଗ୍ରେସ କେମିତି ଆସିବ କ୍ଷମତାକୁ । କ’ଣ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ନେତା । ନିଜ ନିଜ ରାଜ୍ୟରେ କେତେ ମଜଭୁତ ହୋଇଛି ସଂଗଠନ । ଯଦି ଜିତେଇବାର ଆଶା ନାହିଁ ତେବେ ତୁରନ୍ତ ପଦଛାଡ । କଂଗ୍ରେସ ନେତାଙ୍କୁ ଏଭଳି ତାଗିଦ କରିଛନ୍ତି ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ । ଆଜି କଂଗ୍ରସେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ଅଧ୍ୟକ୍ଷତାରେ ଦଳର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ସୋନିଆ ଗାନ୍ଧି, ଅଶୋକ ଗେହଲଟ, ଭୂପେଶ ବାଘେଲାଙ୍କ ସମେତ କଂଗ୍ରେସର ବହୁ ବଡ ବଡ ନେତା ସାମିଲ ହୋଇଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଖାଡଗେଙ୍କ ଅଧ୍ୟତାରେ ଏହା ଥିଲା ତାଙ୍କର ପ୍ରଥମ ବୈଠକ । ଏହି ବୈଠକରେ ସେ ତଳସ୍ତରରୁ ଶୀର୍ଷସ୍ତର ନେତାଙ୍କୁ ତାଗିଦ କରିଥିଲେ ଏବଂ ସମସ୍ତଙ୍କୁ ନିଜ ନିଜ ଦାୟିତ୍ୱ କଥା ମନେ ପକାଇଥିଲେ । ଖାଡଗେ କହିଥିଲେ, ଯଦି କଂଗ୍ରେସ ସଙ୍ଗଠନ ଦୃଢ ହେବ, ଉତ୍ତରଦାୟୀ ହେବ ଓ ଲୋକଙ୍କ ଆଶା ପୂରଣ କରିବ, ତେବେ ଆମେ କେବଳ ନିର୍ବାଚନରେ ବିଜୟ ହାସଲ କରିବା ତାହା ନୁହେଁ,ଲୋକଙ୍କ ସେବା କରିବାରେ ମଧ୍ୟ ସମର୍ଥ ହେବା । ଏଥିିସହ ସେ ଦଳୀୟ ନେତାଙ୍କୁ ତାଗିଦ କରି କହିଥିଲେ, ଦଳର ମହାସଚିବ ଓ ପ୍ରଦେଶ ପ୍ରଭାରୀମାନେ ପ୍ରଥମେ ସେମାନଙ୍କ ଦାୟିତ୍ୱ ସୁନିଶ୍ଚିତ କରାନ୍ତୁ । ଯେଉଁମାନେ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ଅନୁଭବ କରୁଛନ୍ତି ସେମାନେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ,ଫଳରେ ନୂଆ ଲୋକଙ୍କୁ ସୁଯୋଗ ମିଳିପାରିବ । ତଳ ସ୍ତରରୁ ଉପର ସ୍ତରର ସମସ୍ତ ନେତା ନିଜର କାର୍ଯ୍ୟ ଉପରେ ଜବାବ୍‌ ଦେବା ଶିଖନ୍ତୁ । ଆଗାମୀ ୨୦୨୪ ନିର୍ବାଚନ ପାଇଁ କ’ଣ ସବୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି,ସେ ନେଇ ୯୦ ଦନ ଭିତରେ ତଥ୍ୟ ରଖିବାକୁ ଖାଡଗେ ନେତାଙ୍କୁ କହିଥିଲେ । ଏହାସହ ଦଳର ସମସ୍ତ ସଂଗଠନ ତରଫରୁ ଏକ ବଡ ଆନ୍ଦୋଳନର ପ୍ରସ୍ତୁତ କରିବାକୁ ଖାଡଗେ ଆହ୍ୱାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − seven =