ଗୁଜରାଟ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌

0 21

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସରିଛି ପ୍ରଚାର ପର୍ବ । ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍‌ପେନିଂକୁ ଆହୁରି ଜୋରଦାର କରିଥିଲେ । ଆସନ୍ତାକାଲି ହେବ ଦ୍ୱିତୀୟ ତଥା ଅନ୍ତିମ ଚରଣ ମତଦାନ । ମୋଟ ୧୮୨ ସିଟ୍‌ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୯୩ଟି ସିଟରେ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏଥିରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟ୍‌ ପାଇଁ ଭୋଟ୍‌ ଗ୍ରହଣ ସରିଛି । ଡିସେମ୍ବର ୮ରେ ହେବ ଭୋଟ୍‌ ଗଣତି । ସେପଟେ ଆସନ୍ତାକାଲି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ୍‌ ପାଇଁ ହେବ ଭୋଟ୍‌ ଗ୍ରହଣ । ୨୫୦ଟି ୱାର୍ଡରେ ଭୋଟିଂ ପାଇଁ ୧୩ ହଜାର ୬୩୮ ପୋଲିଂ ବୁଥ୍‌ ସ୍ଥାପନ ହୋଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଡିସେମ୍ବର ୭ରେ ଭୋଟ୍‌ ଗଣତି ହେବ । ଭୋଟିଂକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିଲ୍ଲୀରେ ସମସ୍ତ ଖୁଚୁରା ଓ ହୋଲ୍‌ସେଲ୍‌ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଚ୍ୟାମ୍ବର ଅଫ୍‌ ଟ୍ରେଡ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ।

hiranchal ad1
Leave A Reply

Your email address will not be published.

11 + 2 =