ଉଦୟପୁରରେ ଜି-୨୦ ପ୍ରତିନିଧି ଦଳ :
ବୁଲିବେ ରାଜସ୍ଥାନର ପ୍ରମୁଖ ସ୍ଥାନ

0 25

ଜୟପୁର : ରାଜସ୍ଥାନର ଉଦୟପୁରରେ ଭାରତ ଅଧ୍ୟକ୍ଷତାରେ ପ୍ରଥମ ଜି-୨୦ର ପ୍ରଥମ ବୈଠକ ହେବ । ଆଜି ଜି-୨୦ ପ୍ରତିନିଧି ଦଳ ‘ସିଟି ଅଫ ଲେକ୍‌ସ’ ଉଦୟପୁରରେ ପହଞ୍ଚିଛନ୍ତି । ସେମାନେ ଉଦୟପୁରରେ ୪ ଦିନ ରହିବେ । ରବିବାର ଦିନ ହୋଟେଲ ଲୀଲା ପ୍ୟାଲେସ୍‌ରେ ପ୍ରତିନିଧିଙ୍କ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସୋମବାର, ମଙ୍ଗଳବାର ଜି-୨୦ ବୈଠକ ହେବ । ହୋଟେଲ ତାଜ ଫତେ ପ୍ରକାଶ ପ୍ୟାଲେସ୍‌ର ଦରବାର ହଲ୍‌ରେ ବୈଠକ ହେବ । ପ୍ରତିନିଧିମାନେ ସିଟି ପ୍ୟାଲେସ ଏବଂ ଜଗମନ୍ଦିର ବୁଲିବେ । ଏହି ଦୁଇଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ବୁଧବାର ଦିନ ଜି-୨୦ ପ୍ରତିନିଧିମାନେ ପଞ୍ଚଦଶ ଶତାବ୍ଦୀର କୁମ୍ଭଲଗଡ ଦୁର୍ଗ ବୁଲିବେ । ପ୍ରତିନିଧିମାନେ ମଧ୍ୟ ଶିଳ୍ପଗ୍ରାମରେ ଗ୍ରାମୀଣ ଜୀବନର କିଛି ଝଲକ ଦେଖିବେ । ଏହି ୪ ଦିନର ରହଣୀ ସମୟରେ ଜି-୨୦ ପ୍ରତିନିଧିଙ୍କୁ ବିଭିନ୍ନ ପ୍ରକାରର ରାଜସ୍ଥାନୀ ସୁସ୍ୱାଦୁ ବ୍ୟଞ୍ଜନ ପରିବେଷଣ କରାଯିବ । ଡାଲ୍‌,ବାଟି,ଚୁର୍ମା,ଯୋଧପୁରୀ କାବୁଲି ପଲାଉ ଏବଂ ବିକାନେରୀ ଘେବର ଏବଂ ଯୋଧପୁରୀ ମାୱା କଚେଡି ଭଳି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଜି -୨୦ ରାଷ୍ଟ୍ରର ପ୍ରତିନିଧିଙ୍କୁ ଦିଆଯିବ । ରାଜସ୍ଥାନୀ ଖାଦ୍ୟ ସହ ପ୍ରତିନିଧିମାନଙ୍କୁ ଦକ୍ଷିଣ ଭାରତୀୟ ଖାଦ୍ୟ ତଥା ହାଇଦ୍ରାବାଦୀ,ଗୁଜରାଟୀ ଏବଂ ପଂଜାବୀ ବ୍ୟଞ୍ଜନ ପରସାଯିବ ବୋଲି ଉଦୟପୁରର ପର୍ଯ୍ୟଟନ ଉପ ନିର୍ଦ୍ଦେଶକ ଶିଖା ସାକ୍‌ସେନା କହିଛନ୍ତି । ମେନୁରେ ରାଜସ୍ଥାନୀ ସ୍ୱାଦ ଉପରେ ସ୍ୱତନ୍ତ୍ର ଫୋକସ ରଖି ଭାରତୀୟ ଖାଦ୍ୟ ଦିଆଯିବ ।
ଭାରତର ଜି-୨୦ ନେତୃତ୍ୱକୁ ନେଇ ବିଶ୍ୱ ସମ୍ମୁଦାୟ ଖୁସି । ଭାରତ ଅଧ୍ୟକ୍ଷତା ସମ୍ଭାଳିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ଈମେନୁଏଲ ମୌକ୍ରୋଂ । ଡିସେମ୍ବର ୧ ତାରିଖରୁ ଭାରତ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା ଭାର ସମ୍ଭାଳିଛି । ଭାରତର ଅଧ୍ୟକ୍ଷତାକୁ ନେଇ ଜି-୨୦ ଦେଶମାନେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭାରସା ଅଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଈମେନୁଏଲ ମୌକ୍ରୋଂ କହିଛନ୍ତି ସମୁଦାୟ ବିଶ୍ୱ ଏକ ପରିବାର ଓ ଏକ ଭବିଷ୍ୟତ । ମୋତେ ମୋ ମିତ୍ରଙ୍କ ଉପରେ ଭରସା ରହିଛି, ସେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନେବେ । ଏହା ପୂର୍ବରୁ ଶୁକ୍ରବାର ମାଳଦୀପ ରାଷ୍ଟ୍ରପତି ଇବ୍ରାବିମ୍‌ ମହମ୍ମଦ ସୋଲିହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । କୁଟନୀତି କ୍ଷେତ୍ରରେ ଭାରତ ସବୁ ଦେଶକୁ ସମାନ୍ତରାଳ ଭାବେ ସହଯୋଗ କରିପାରିବ । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ କରି ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × four =