ସପ୍ତଦଶ ବୌଦ୍ଧ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ବୌଦ୍ଧର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ’ ଶୀର୍ଷକ ଉପରେ ଆଲୋଚନାଚକ୍ର

0 48

ବୌଦ୍ଧ,୫/୧୨- ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ଆୟୋଜିତ ସପ୍ତଦଶ ବୌଦ୍ଧ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ପୁସ୍ତକମେଳା କମିଟି ତରଫରୁ ‘ଆଗାମୀ ସମ୍ଭାବନାରେ ବୌଦ୍ଧର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ’ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅତିଥି ଭାବେ ବୌଦ୍ଧବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଶ୍ରମିକନେତା ସରୋଜ ପ୍ରଧାନ, ଗବେଷକ ସତ୍ୟଜିତ କୁମାର ପଣ୍ଡା ଯୋଗ ଦେଇଥିଲେ । ଫୋରମ୍‌ର ସଦସ୍ୟ ସତ୍ୟନାରାୟଣ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚକମାନେ ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଜିଲ୍ଲାର ଡମ୍ବରୁଗଡ଼, ଖଣ୍ଡିକନପା, ସମାପାଜୁ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଥିବା ପ୍ରକାଶ କରିଥିଲେ ।

hiring

ସେହିପରି ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ବୀରନରସିଂହପୁର ପଞ୍ଚାୟତରେ ୧୫ ଶହ ଏକର ପରିମିତ ଅଞ୍ଚଳରେ ନିର୍ମାଣଧୀନ ପରିବେଶ ଉଦ୍ୟାନ ନନ୍ଦନବନ, ନାଏକପଡା ସ୍ଥିତ ପାତଳୀ ଶ୍ରୀକ୍ଷେତ୍ର, ମହାନଦୀ ମଧ୍ୟରେ ଥିବା ଦ୍ୱୀପ ମର୍ଜାକୁଦ, ସତକୋଶିଆ ଅଭୟାରଣ୍ୟକୁ ନେଇ ପର୍ଯ୍ୟଟନ ସମ୍ଭାବନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଲୋଚନା ଚକ୍ର ପରେ ଗେହ୍ଲା ମା କଳାନିକେତନ ଓ ଷ୍ଟେଟ ବ୍ରିଗେଡ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ବହୁସଂଖ୍ୟାରେ ଦର୍ଶକ ପୁସ୍ତକମେଳା ଦେଖିବାକୁ ଆସି ବିଭିନ୍ନ ପୁସ୍ତକ କିଣୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି ଅବସରରେ ଆଜି ଅପରାହ୍ନରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ, କବି କିଶୋର ମିଶ୍ର ଉପସ୍ଥିତ ଥିଲେ । ଏଥିରେ ୫୦ରୁ ଉର୍ଦ୍ଧ୍ୱ କବି କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି କବିତା ପାଠୋତ୍ସବକୁ ଦୁଃଖିଶ୍ୟାମ ବେହେରା ଓ ସୁଶାନ୍ତ କୁମାର ମହାପାତ୍ର ସଂଯୋଜନା କରିଥିଲେ । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ସମସ୍ତ କବି/କବୟତ୍ରୀମାନଙ୍କୁ ସାର୍ଟିଫିକେଟ ଦେଇ ସମ୍ମାନୀତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 + 12 =