ପର୍ଯ୍ୟଟକଙ୍କ କାର ଦୁର୍ଘଟଣା ଚାଲିଗଲା ଦମ୍ପତିଙ୍କ ଜୀବନ

0 322

ବାଲିଗୁଡ଼ା: ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ୫୯ନମ୍ବର ଜାତୀୟ ରାଜପଥ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ପର୍ଯ୍ୟଟକଙ୍କ କାର ସହିତ ଲୁନା ମୁହାଁମୁହିଁ ଧକ୍କା ହେବା ଫଳରେ ଲୁନାରେ ଥିବା ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟ ଘଟିଛି । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ ସାହିର ବୃଦ୍ଧ କାମଦେବ ଦିଗାଲ(୬୦)ଓ ତାଙ୍କ ସ୍ତ୍ରୀ ବିବିକା ଦିଗାଲ(୫୫) । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ମୁତାବକ କିଛି ପର୍ଯ୍ୟଟକ ବଲାଙ୍ଗିରରୁ ଦାରିଙ୍ଗବାଡ଼ି ବୁଲି ଆସିଫେରୁଥିବା ସମୟରେ ବୃଦ୍ଧ ସ୍ୱାମୀସ୍ତ୍ରୀ ଏକ ଲୁନା ବାଇକ ଯୋଗେ ବାଲିଗୁଡାର ମହାସିଙ୍ଗ ଯାଇ ଫେରିବା ବାଟରେ ଧକ୍କା ହୋଇ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧ ଜଣକ ଗୁରୁତର ଆହତ ଅବସ୍ଥାରେ ଦାରିଙ୍ଗବାଡ଼ିର ଗୋଷ୍ଠି ସ୍ୱାସ୍ଥ୍ୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

hiranchal ad1
Leave A Reply

Your email address will not be published.

5 × one =