ସିବିଆଇର ‘ଅପରେସନ୍‌ ଗରୁଡ’:
୧୨୭ ମାମଲା ରୁଜୁ,୧୭୫ଜଣ ଗିରଫ

0 26

ଚେନ୍ନାଇ: ବେଆଇନ ଡ୍ରଗ୍‌ ଚୋରାଚାଲାଣ ନେଟ୍‌ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍‌ ଗରୁଡ’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି । ୧୭୫ଜଣଙ୍କୁ ଗିରଫ କରାଯାଇଚି । ଆଜି ପ୍ରକାଶିତ ସିବିଆଇ ରିପୋର୍ଟରୁ ଏହା ଜଣାପଡିଛି । ପଞ୍ଜାବ,ଦିଲ୍ଲୀ,ହିମାଚଳ ପ୍ରଦେଶ,ମଣିପୁର,ମହାରାଷ୍ଟ୍ର ପୁଲିସ ଏବଂ ‘ଏନ୍‌ସିବି’କୁ ସାମିଲ କରି ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ପ୍ରାୟ ୬୬୦୦ ସନ୍ଦିଗ୍ଧ/ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ କରାଯାଇଛି,୧୨୭ଟି ନୂଆ ମାମଲା ରୁଜୁ କରାଯାଇଛି ଏବଂ ୬ଜଣ ଫେରାର/ଅପରାଧୀ ଘୋଷିତଙ୍କ ସମେତ ୧୭୫ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଡ୍ରଗ୍‌ ମଧ୍ୟରେ ରହିଛି ୫.୧୨୫ କିଲୋ ହେରୋଇନ୍‌,୩୩,୯୩୬ କିଲୋ ଗଞ୍ଜେଇ, ୩.୨୯ କିଲୋ ଚରସ୍‌,୧୩୬୫ ଗ୍ରାମ୍‌ ‘ମେଫଡ୍‌ରୋନ୍‌’, ୩୩.୮୦ ସ୍ମାକ୍‌, ପ୍ରାୟ ୮୭ଟି ବଟିକା, ୧୨୨ଟି ଇଞ୍ଜେକ୍‌ସନ୍‌ ଏବଂ ୮୭ଟି ବୁପ୍ରେନର୍‌ଫାଇନ୍‌ ସିରିଞ୍ଜ ଆଦି ରହିଛି । ଆନ୍ତର୍ଜାତିକ ଯୋଗସୂତ୍ର ଥିବା ଡ୍ରଗ୍‌ ନେଟ୍‌ୱାର୍କଗୁଡିକୁ ଭାଙ୍ଗିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

17 − 12 =