ସେନାକୁ ମିଳିବ ୧୦ ଲକ୍ଷ ଭାରତ ନିର୍ମିତ ହ୍ୟାଣ୍ଡ୍‌ ଗ୍ରେନେଡ୍‌

0 521

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ସେନା ସକାଶେ ଏକ ଉତ୍ତମ ପଦକ୍ଷେପ ନିଆଯାଇଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଜରିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୧୦ ଲକ୍ଷ ଭାରତ ନିର୍ମିତ ହ୍ୟାଣ୍ଡ୍‌ ଗ୍ରେନେଡ୍‌ସ ଯୋଗାଇ ଦେବ ବୋଲି ଜାଣିବାକୁ ମିଳିଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ହୋଇଥିବା ବୈଠକରେ ବୁଧବାର ଅପରାହ୍ନରେ ନିର୍ମଳା ସୀତାରମଣ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

hiring

ନୂଆ କରି ତିଆରି ହୋଇଥିବା ହ୍ୟାଣ୍ଡ୍‌ ଗ୍ରେନେଡ୍‌ ପୂର୍ବରୁ ଥିବା ଏଚ୍‌ଇ-୩୬ ଗ୍ରେନେଡ୍‌ସକୁ ହଟାଇବ ବୋଲି ସୂଚନା ରହିଛି। ଏହି ଗ୍ରେନେଡ୍‌କୁ ପ୍ରସ୍ତୁତ କରିବା ପାଇଁ ଜ୍ଞାନ କୌଶଳ ଡିଫେନ୍ସ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌(ଡିଆର୍‌ଡିଓ) ଦେଇଥିବା ବେଳେ ଏହାକୁ ତିଆରି କରିବ ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡ(ଓଏଫ୍‌ବି)। ଯୁଦ୍ଧ ସମୟରେ ଏହି ଗ୍ରେନେଡ୍‌ ସେନା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ହତିଆର ସାବ୍ୟସ୍ତ ହେବ। ଏହା ଶତ୍ରୁପକ୍ଷର ସ୍ଥିତି ପରଖି ବଙ୍କର୍‌କୁ ଧ୍ୱଂସ କରିବା ଦ୍ୱାରା ଶତ୍ରୁଙ୍କ ପାଇଁ ଖୁବ୍‌ ଭାରୀ ପଡ଼ିବ।

hiranchal ad1
Leave A Reply

Your email address will not be published.

two × two =