ହସପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

0 27

ମୁମ୍ବାଇ : ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପାୱାରଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି । ପାୱାରଙ୍କୁ ନଭେମ୍ବର ୨ରେ ହସପିଟାଲରୁ ଡିସଚାର୍ଜ କରାଯାଇପାରେ । ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ଆସନ୍ତା ନଭେମ୍ବର ୪-୫ରେ ଶିରିଡିରେ ଦଳୀୟ ସମ୍ମିଳନୀ ରହିଛି । ସେଥିରେ ପାୱାର ଯୋଗଦେବେ ବୋଲି କୁହାଯାଇଛି । ଶରଦଙ୍କ ଆସୁଆରୋଗ୍ୟ କାମନା କରି ବହୁ ଦଳୀୟ ନେତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଶରଦ ପାୱାର ସାମିଲ ହେବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଅନେକ ନେତା ଏହି ପଦଯାତ୍ରାରେ ସାମିଲ ହୋଇସାରିଛନ୍ତି । କୁହାଯାଉଛି ଯେ,ଏହି ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବା ସମୟରେ ଅନେକ ବିରୋଧୀ ନେତା ଏଥିରେ ଯୋଗ ଦେଇପାରନ୍ତି । ଏହି ଯାତ୍ରା ଜରିଆରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାର କରିବାକୁ ପ୍ରୟାସ କରୁଛି । ମହାରାଷ୍ଟ୍ର ପହଞ୍ଚିବା ପରେ ଏନସିପି ନେତା ଶରଦ ପାୱାର ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି ।

hiranchal ad1
Leave A Reply

Your email address will not be published.

two × three =