ମାସ୍କ୍ ପିନ୍ଧିବାକୁ ମନା କରିବାରୁ ବାପା କଲେ ଏଭଳି ଜଘନ୍ୟ କାଣ୍ଡ

0 87

କୋଲକାତା: ସାରା ବିଶ୍ୱ କରୋନା ପାଇଁ ଥରହର । ଏହି ସମୟରେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶକୁ ମଇ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ରଖାଯାଇଛି । ଏହି ଲକ୍‌ଡାଉନ୍ ସମୟରେ ଯେଉଁମାନେ ବି ଅତି ଆବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ଯିବେ ତା’ହେଲେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ମୁହଁରେ ମାସ୍କ୍ ପିନ୍ଧିବେ, ବାହାରେ ଛେପ, ଖଙ୍କାର ପକାଇବେ ନାହିଁ, ସଙ୍ଗରୋଧ ହେବେ ନାହିଁ ଏହିଭଳି ଅନେକ ନିୟମ ରହିଛି । କିନ୍ତୁ କୋଲକାତାରେ ବାହାରକୁ ଯିବା ସମୟରେ ୪୫ ବର୍ଷୀୟ ପୁଅ ମାସ୍କ୍ ନପିନ୍ଧିବାରୁ ୭୮ ବର୍ଷର ବାପା ତା’ ବେକରେ କଟନ ଲୁଗାକୁ ଚିପି ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବରରୁ ପ୍ରକାଶ ଯେ, ପଶ୍ଚିମବଙ୍ଗ ରାଜ୍ୟର ଶୋଭାବଜାର ଲେନ୍‌ରେ ରହୁଥିବା ୭୮-ବର୍ଷୀୟ ବୟସ୍କ ବ୍ୟକ୍ତି ବଂଶୀଧର ମଲ୍ଲିକ ତାଙ୍କ ପୁଅ ଶ୍ରୀଧେଂଶୁ ମଲ୍ଲିକ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ମାସ୍କ୍ ପିନ୍ଧିବାକୁ ମନା କରିବାକୁ ବାପା ଏଭଳି କାଣ୍ଡ ଘଟାଇଛନ୍ତି । ଖବର ପାଇଁ ଶ୍ୟାମପୁକୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟ ମର୍ଟମ ପାଇଁ ପଠାଇଦେବା ସହ ବାପା ବଂଶୀଧରଙ୍କୁ ଗିରଫ କରିଛି ।

hiranchal ad1
Leave A Reply

Your email address will not be published.

one × 4 =