ବୌଦ୍ଧ ଜିଲ୍ଲା : ସବୁଠି ଚାଲିଛି ମାକଡ଼ ବିହା, ବନ ବିଭାଗର ସାଧନ ଅଭାବ

0 427

ବୌଦ୍ଧ: ବୌଦ୍ଧଜିଲ୍ଲାର ସବୁ ଜଙ୍ଗଲରେ ଲାଗିଛି ନିଆଁ । ଧୂଆଁ ଆଚ୍ଛାଦିତ ହୋଇଯାଉଛି ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ । ବୈଶାଖ ମାସର ଖରାତାତି ସାଙ୍ଗକୁ ଜଙ୍ଗଲରେ ଲାଗିଥିବା ନିଆଁର ଉତ୍ତାପରେ ଅସହ୍ୟ ହୋଇପଡୁଛି ଜନଜୀବନ । ପୋଡିଯାଇ ନଷ୍ଟ ହୋଇଯାଉଛି ଅନେକ ବୃକ୍ଷଲତା, ଅସହାୟ ବନ୍ୟପ୍ରାଣୀ । ଏଭଳି ପରିସ୍ଥିତିରେ ନିଆଁକୁ ଲିଭାଇବା ପାଇଁ ବନବିଭାଗ କରୁଛି ଯତପରୋନାସ୍ତି ଚେଷ୍ଟା । ଗତ ସପ୍ତାହେ ହେଲା ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଶୁଖିଲାପତ୍ର ଓ କାଠିକୁଟାରେ ନିଆଁ ଲାଗି ବୌଦ୍ଧଜିଲ୍ଲାର ସମସ୍ତ ବନବିଭାଗର ରେଞ୍ଜ ମାନଙ୍କରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ପୋଡିଚାଲିଛି । ପୁରୁଣାକଟକ ରେଞ୍ଜରେଥିବା ଗୁଣ୍ଡୁରିବିଡା, ତିଲିକପୁର, ହରିଡାବିଡା, ଝାରଖମଣ, ଧୁଙ୍ଗିଆମୁଣ୍ଡା, କଣ୍ଠିପଦର ସମେତ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲାଗିଛି । ସେହିପରି କୁମାରୀ, ଆରାଗଡ, ଚାରିଛକ ଓ ବାହାଲି ଆଦି ଅଞ୍ଚଳରେ ମଧ୍ୟ ଜଙ୍ଗଲ ଜଳୁଛି । କଣ୍ଟାମାଳ ରେଞ୍ଜ ସାଲେଇପାଲି ଜଙ୍ଗଲରେ ଗତକାଲିଠାରୁ ନିଆଁଲାଗି ଅଣାୟତ୍ତ ହୋଇଯାଇଛି ।

hiring


ବନବିଭାଗର କର୍ମଚାରୀମାନେ ଜଙ୍ଗଲର ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁଲାଗି ଯାଉଥିବାରୁ ସେମାନେ ମଧ୍ୟ ନାକେଦମ ହୋଇପଡୁଛନ୍ତି । ବନବିଭାଗ ପାଖରେ ନିଆଁକୁ ଲିଭାଇବା ପାଇଁ ଯଥେଷ୍ଟ ମାନବସମ୍ବଳ ଓ ସମାଧାନର ଅଭାବ ପରିଲକ୍ଷିତ ହେଉଅଛି । କରୋନା ପାଇଁ ଲକ୍‌ଡାଉନ ଯୋଗୁଁ ବନବିଭାଗ କଥାରେ ନିଆଁଲିଭାଇ ଯିବାକୁ ଲୋକେ ମଧ୍ୟ ବାହାରୁନାହାନ୍ତି ।

ବର୍ତ୍ତମାନ ମହୁଲ ଗୋଟାଇବା ସମୟ ହୋଇଥିବାରୁ ମହୁଲ ଗୋଟାଇବା ପାଇଁ ଗଛ ତଳେ ପଡିଛିବା କାଠିକୁଟା ଓ ପତ୍ରକୁ ନିଆଁଲଗାଇ ଦେଉଛନ୍ତି ଲୋକେ । କାମ ସରିବାପରେ ନିଆଁକୁ ଲିଭାଇ ଦେବାର ଆବଶ୍ୟକ ଥିବାବେଳେ ସେମାନେ ସେଥିପ୍ରତି ଧ୍ୟାନ ନଦେଇ ନିଆଁ ଲଗାଇ ଘରକୁ ଚାଲିଆସୁଛନ୍ତି । ମହୁଲ ଗଛ ତଳୁ ନିଆଁ ବ୍ୟାପିଯାଉଛି ସମଗ୍ର ଜଙ୍ଗଲକୁ ଓ ପୋଡି ଛାରଖାର ହୋଇଯାଉଛି ଅମୂଲ୍ୟ ବନସଂପଦ । ବନବିଭାଗ ଏ ଦିଗରେ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

four × 1 =