ରାସନ ବଣ୍ଟନ, ସାମାଜିକ ଦୂରତା ପାଳନର ସମୀକ୍ଷା କଲେ ଜିଲ୍ଲାପାଳ

0 197

ଭଦ୍ରକ : ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ତିହିଡ଼ି ବ୍ଳକ ଗସ୍ତ କରି କୋବିଡ଼ ୧୯ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଯୋଜନାର ସଫଳ ରୂପାୟନର ସମୀକ୍ଷା କରିଛନ୍ତି । ସରକାର ହିତାଧିକାରୀଙ୍କୁ ଦେଇଥିବା ୩ ମାସର ରାସନ ସାମଗ୍ରୀ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିଛି କି ନାହିଁ, ପ୍ରଦାନ କରାଯାଇଥିବା ସହାୟତା ରାଶି ଲୋକେ ସୂଚାରୁ ଭାବେ ପାଇ ପାରିଛନ୍ତି କି ନାହିଁ ଏସବୁ ଜାଣିବା ପାଇଁ ତିହିଡ଼ି ବ୍ଳକର ବାବନବିନ୍ଧା ପଞ୍ଚାୟତର କାନପୁର ଗ୍ରାମକୁ ଯାଇ ଘରକୁ ଘର ବୁଲି ଲୋକଙ୍କୁ ପଚାରି ବୁଝିଥିଲେ । ହିତାଧିକାରୀଙ୍କ ରାସନକାର୍ଡ ଯାଞ୍ଚ କରି ଦେଖିଥିଲେ । ପରେ ଡ. ଦାସ ପୀରହାଟ ବଜାର ବୁଲି ଦେଖିଥିଲେ ।

hiring

ଲୋକେ ସାମାଜିକ ଦୂରତା ପାଳନ କିଭଳି ଭାବେ କରୁଛନ୍ତି, ସରାକରରଙ୍କ ପକ୍ଷରୁ ନିରାଶ୍ରୟ, ବହିରାଗତ ଶ୍ରମିକ, ତଥା କ୍ୱାରେଣ୍ଟାଇନରେ ରହୁଥିବା ଲୋକମାନଙ୍କୁ ପ୍ରଦାନ କରାଯାଉଥିବା ରନ୍ଧାଖାଦ୍ୟର ତଦାରଖ କରିଥିଲେ । ଏହାପରେ ତିହିଡ଼ି ବ୍ଳକ କାର୍ଯ୍ୟାଳୟରେ ଡ. ଦାସ ବ୍ଳକ ସ୍ତରୀୟ ସମୀକ୍ଷା କରିଥିଲେ । ମୁଖ୍ୟତଃ ବ୍ଲକରେ ରାସନ ସାମଗ୍ରୀ ପାଇବାରେ ଲୋକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଏହା ବ୍ୟତୀତ ବାହାର ରାଜ୍ୟ, ବାହାର ଜିଲ୍ଲାରୁ କେଉଁମାନେ ଆସୁଛନ୍ତି ସେମାନଙ୍କୁ ଠାବ କରିବା, ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ରେକର୍ଡ କରିବାକୁ ଗୁରୁତ୍ୱାରୋପ କରିଥିଲେ । ତିହିଡ଼ି ବ୍ଳକ ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ନାୟକ, ତିହିଡ଼ି ବ୍ଳକର କରୋନା ନୋଡାଲ ଅଫିସର ତଥା ପିଡି ମଧୁସୂଦନ ଦାସ, ବିଡିଓ, ତହସିଲଦାର ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four + twenty =