ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ : ଖଡଗେ

0 94

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ। ବିରୋଧୀ ଦଳଙ୍କ ସହ ବୈଠକ ବେ‌ଳେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏଭଳି କହିଛନ୍ତି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ଆଜି ବେଙ୍ଗାଲୁରୁରେ ୨୬ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଏହି ଆଲୋଚନା ସମୟରେ ଖଡଗେ ଏଭଳି କହିଥିବା ସାମ୍ନାକୁ ଆସିଛି।

hiring

“କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ। ଏହି ବୈଠକ କରିବାର ଉଦ୍ଦେଶ୍ୟ ନିଜ ପାଇଁ କ୍ଷମତା ହାସଲ କରିବା ନୁହେଁ ବରଂ ସମ୍ବିଧାନ, ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ରକ୍ଷା କରିବା ଏହି ବୈଠକର ଉଦ୍ଦେଶ୍ୟ। ୧୧ଟି ରାଜ୍ୟରେ ୨୬ଟି ବିରୋଧୀ ଦଳ କ୍ଷମତାରେ ରହିଛି। ବିଜେପି ନିଜେ ୩୦୩ଟି ଆସନ ନପାଇବାରୁ ସହଯୋଗୀଙ୍କ ଭୋଟ୍ ବ୍ୟବହାର କଲା। ଏହା ପରେ ସେମାନଙ୍କୁ ଛାଡ଼ିଦେଲା। ମୁଁ ଜାଣେ ଯେ ରାଜ୍ୟ ସ୍ତରରେ ଆମମାନଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ଏହି ପାର୍ଥକ୍ୟ ଆଦର୍ଶଗତ ନୁହେଁ। ଏହି ପାର୍ଥକ୍ୟ ଏତେ ବଡ ନୁହେଁ ଯେ ସାଧାରଣ ଲୋକ ଏବଂ ମଧ୍ୟବିତ୍ତଙ୍କ ପାଇଁ, ଯୁବପିଢ଼ିମାନଙ୍କ ପାଇଁ, ଗରିବ, ଦଲିତ, ଆଦିବାସୀ ଏବଂ ସଂଖ୍ୟାଲଘୁମାନଙ୍କ ପାଇଁ ଆମେ ସେମାନଙ୍କୁ ପଛରେ ପକାଇ ପାରିବୁ ନାହିଁ, ଯେଉଁମାନଙ୍କ ଅଧିକାର ପରଦା ପଛରେ ଚୁପଚାପ୍ ଚାପି ହୋଇଯାଉଛି।”

ତେବେ ଦୁଇ ଦିନିଆ ବୈଠକରେ ଅଂଶଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ ଖାଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ହେମନ୍ତ ସୋରେନ, ମମତା ବାନାର୍ଜୀ ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ରହିଛନ୍ତି।

hiranchal ad1
Leave A Reply

Your email address will not be published.

5 × 4 =