ଓଡ଼ିଶାର ୨ ସହିଦ ଯବାନଙ୍କୁ ମିଳିଲା ଶୌର୍ଯ୍ୟଚକ୍ର

0 83

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି । ଦେବାଶିଷଙ୍କ ବାପା-ମା’ ଓ ସୁଧୀରଙ୍କ ମା’ଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାଘଡା ପଂଚାୟତ ସାନଭଦୁଆ ଗ୍ରାମର ଏସଓଜି କମାଣ୍ଡୋ ସୁଧୀର ଟୁଡୁ କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୨୦୨୦ ସେପ୍ଟେମ୍ବର ମାସ ୯ ତାରିଖରେ ସହିଦ ହୋଇଥିଲେ । ତାଙ୍କର ଅପୁର୍ବ ବୀରତ୍ୱ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୦୨୧ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ମରଣୋତର ‘ଶୌର୍ଯ୍ୟଚକ୍ର ‘ ଘୋଷଣା କରାଯାଇଥିଲା । ସହିଦ ସୁଧିରଙ୍କ ମା’ ଜଉନା ଟୁଡୁଙ୍କୁ ଏହି ଶୌର୍ଯ୍ୟଚକ ପ୍ରଦାନ କରାଯାଇଛି ।
ସେହିପରି ସହିଦ ଦେବାଶିଷ ସେଠୀ ଏସଓଜି କମାଣ୍ଡର ଥିଲା ବେଳେସମାନ ମାଓବାଦୀ ବିରୋଧୀ ଅପରେସନ୍‌ ବେଳେ ସହିଦ ହୋଇଥିଲେ । ତାଙ୍କ ବାପା ସନାତନ ସେଠି ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 − 1 =