ଜାଣନ୍ତୁ,ଦେଶର ଶିକ୍ଷା ବ୍ୟବସ୍ଥା ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

0 86

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଓ ସ୍ଥିତି ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଶିଳ୍ପରେ ପରିଣତ ହୋଇଛି । ଏହି କାରଣରୁ, ଯେଉଁ ଛାତ୍ରଛାତ୍ରୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ, ସେମାନଙ୍କୁ ୟୁକ୍ରେନ ପରି ଦେଶକୁ ଯିବାକୁ ପଡୁଛି । ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଦେଶରେ ଫାର୍ମାସୀ କଲେଜ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପିଟିସନରେ ଅନୁରୋଧ କରାଯାଇଥିଲା । ଫାର୍ମାସି କାଉନସିଲ୍‌ ଅଫ୍‌ ଇଣ୍ଡିଆ ୨୦୧୯ରେ ନୂତନ ଫାର୍ମାସି କଲେଜ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆଉ ଫାର୍ମାସି କାଉନସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଜାରି କରି କୁହାଯାଇଥିଲା ଯେ ଦେଶର ଫାର୍ମାସି କଲେଜଗୁଡ଼ିକ ଏକ ଶିଳ୍ପ ରୂପ ନେଉଛି ଏବଂ ଏହାକୁ ନିଷିଦ୍ଧ କରାଯିବା ଉଚିତ । ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ବିଆର ଗାବଇ ଏବଂ ଜଷ୍ଟିସ ହିମା କୋହଲି କହିଛନ୍ତି ଯେ ସମସ୍ତେ ଜାଣନ୍ତି ଯେ ଦେଶରେ ଶିକ୍ଷା ଏବେ ଏକ ଶିଳ୍ପରେ ପରିଣତ ହୋଇଛି । ଆଜିକାଲି ଶିକ୍ଷାନୁଷ୍ଠାନଗୁଡିକୁ ବଡ଼ ବଡ ବ୍ୟବସାୟ ଗୋଷ୍ଠୀ ଚଳାଉଛନ୍ତି । ଆପଣ ସେ ବିଷୟରେ ଚିନ୍ତା କରିବା ଉଚିତ୍‌ । ମେଡିକାଲ ପାଠ୍ୟକ୍ରମର ମୂଲ୍ୟ ବହୁତ ଅଧିକ ଥିବାରୁ ଦେଶର ପିଲାମାନେ ୟୁକ୍ରେନ ପରି ଦେଶକୁ ପାଠ ପଢିବାକୁ ଯାଉଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ କହିଛନ୍ତି, ‘ଦେଶରେ ଯେଭଳି ସ୍ଥିତି ରହିଛି, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ । କଲେଜଗୁଡ଼ିକ କୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ନିଷେଧାଦେଶ ହେତୁ ସେମାନେ ଦୁଇ ବର୍ଷ ହରାଇଛନ୍ତି । ଆମେ ଛାତ୍ରମାନଙ୍କ ଅସୁବିଧାକୁ ବୁଝୁଛୁ, କିନ୍ତୁ ଏହି କଲେଜଗୁଡ଼ିକ ଏକ ଶିଳ୍ପରେ ପରିଣତ ହୋଇଛି’ । ସରକାରଙ୍କ ପକ୍ଷ ରଖି ତୁଷାର ମେହେଟ୍ଟା କହିଛନ୍ତି ଯେ ଏଭଳି କଲେଜଗୁଡ଼ିକର ସଂଖ୍ୟା ବୃଦ୍ଧି ପାଉଥିଲା । ସେଥିପାଇଁ ଆମେ ଏହାକୁ ୫ ବର୍ଷ ପାଇଁ ନିଷେଧ କରିଥିଲୁ ।

hiranchal ad1
Leave A Reply

Your email address will not be published.

15 − twelve =