ଏସିଆ କପ ହକି : ଫାଇନାଲ ରେସ୍‌ରୁ ବାଦ ପଡିଲା ଭାରତ

0 30

ଜାକର୍ତ୍ତା,୩୧/୫ : ଏସିଆ କପ ହକିର ସୁପର-୪ରେ ସୁପର ଶୋ’ ସତ୍ତେ୍ୱ ଭାରତକୁ ନିରାଶ ହେବାକୁ ପଡ଼ିଛି । ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍‌ ଲଢୁଆ ପ୍ରଦର୍ଶନ ସତ୍ତେ୍ୱ ଫାଇନାଲରେ ପହଞ୍ଚିପାରି ନାହିଁ । ଆଜି ଅନୁଷ୍ଠିତ ଅତି ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ମ୍ୟାଚ ଡ୍ର ରହିଛି । ଏହି ମୁକାବିଲା ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିଲା । ଦୁଇ ଦଳ ଅତି ଚମକ୍ରାର ଖେଳିଥିଲେ । ଶେଷରେ ମ୍ୟାଚ ୪-୪ରେ ଡ୍ର ରହିଥିଲା । ଏବେ ଭାରତ ବ୍ରୋଞ୍ଜ ପାଇଁ ଆସନ୍ତାକାଲି ଜାପାନ ସହ ଖେଳିବ । ଅନ୍ୟପଟେ ଭଲ ଗୋଲ ପାର୍ଥକ୍ୟ ହେତୁ କୋରିଆ ଫାଇନାଲରେ ପ୍ରବେଶ କରିଛି । ଆଉ ଫାଇନାଲରେ କୋରିଆ ଓ ମାଲେସିଆ ମଧ୍ୟରେ ମୁକାବିଲା ହେବ । ଆଜି ପ୍ରଥମ କ୍ୱାର୍ଟରରେ ଅଷ୍ଟମ ମିନିଟରେ ଭାରତ ପାଇଁ ନୀଲମ ସଞ୍ଜୀବ ପ୍ରଥମ ଗୋଲ ସ୍କୋର କରିଥିଲେ । ଏହା ପରେ କୋରିଆ ଦୁଇଟି ଗୋଲ ସ୍କୋର କରିଥିଲା ଏବଂ ପରେ ମନିନ୍ଦର ସିଂ ୨୦ ମିନିଟରେ ଗୋଲ ସ୍କୋର କରି ସ୍କୋରକୁ ସମାନ କରିଥିଲେ । ଏହା ପରେ ସେଶେ ଗୌଡା ଅଳ୍ପ ସମୟ ମଧ୍ୟରେ ଭାରତକୁ ଅଗ୍ରଣୀ ଦେଇଥିଲେ କିନ୍ତୁ କୋରିଆର କିମ ୨୭ ମିନିଟରେ ଗୋଲ ସ୍କୋର କରି ପୁନର୍ବାର ସ୍କୋରକୁ ସମାନ କରିଥିଲେ । ଭାରତକୁ ଅଗ୍ରଣୀ କରାଇବା ପାଇଁ ତୃତୀୟ କ୍ୱାର୍ଟରରେ ମରିସୱାରନ୍‌ ସାଥିଭେଲ୍‌ ସ୍କୋର କରିଥିଲେ । ସେହିପରି କୋରିଆର ଜାଙ୍ଗ ମଞ୍ଜେ ପୁଣି ଏକ ଗୋଲ ସ୍କୋର କରି ସ୍କୋରକୁ ସମାନ କରିଥିଲେ । ଚତୁର୍ଥ କ୍ୱାର୍ଟରରେ କୌଣସି ଗୋଲ୍‌ ସ୍କୋର କରାଯାଇ ନଥିଲା । ଏହିଭଳି ମ୍ୟାଚ ଡ୍ର ହୋଇଯାଇଥିଲା । ଏହାପୂର୍ବରୁ ମାଲେସିୟା ୫-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ସୁପର ୪ରେ ଭାରତ, ମାଲେସିୟା ଓ କୋରିଆ ସମାନ ୫ ପଏଣ୍ଟ ଲେଖାଏ ପାଇଛନ୍ତି । ହେଲେ ଗୋଲ ବ୍ୟବଧାନ ଯୋଗୁ ଭାରତ ଫାଇନାଲ ଟିକେଟ ହାସଲ କରିପାରି ନାହିଁ । ସେହିପରି କୋରିଆ ଓ ମାଲେସିୟା ଟ୍ରଫି ପାଇଁ ଲଢେଇ କରିବେ । ଭାରତ ଫାଇନାଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦମଦାର ଖେଳ ପ୍ରଦର୍ଶନ ପାଇଁ ଟିମ୍‌ର ମହେଶ ଗୌଡାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି ।

hiranchal ad1
Leave A Reply

Your email address will not be published.

18 + 10 =