ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ତମାଖୁ ନିରୋଧ ଦିବସ ପାଳିତ

0 74

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଏନ.ସି.ସି. ତରଫରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଥମେ ଏନ. ସି. ସି. ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ମାନେ ଏକ ଶୋଭାଯାତ୍ରା ରେ ପ୍ରଚାର ପତ୍ର ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ଏନ.ସି.ସି. ଅଧିକାରୀ ଡ. ମହେନ୍ଦ୍ର ନାଥ ଦେବତା । ଶୋଭାଯାତ୍ରାରୁ ଫେରିବା ପରେ ଯୁବ ରେଡକ୍ରସ ଅଧିକାରୀ ଡ. ପ୍ରବୀର କୁମାର ଦାସ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତମାଖୁର ଭୟଭୟତା ଉପରେ ଉଦବୋଧନ ଦେବା ସହ ଏହା ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟ ପରିସରରେ ପୋଷ୍ଟର ମାରି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତମାଖୁ ସେବନ ନକରିବାକୁ ସଚେତନ କରାଯାଇ ଥିଲା । ବୌଦ୍ଧ ପଂଚାୟତ ମହାବିଦ୍ୟାଳୟକୁ ତମାଖୁ ମୁକ୍ତ ଘୋଷଣା କରାଯାଇ ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − 3 =